ଗ୍ରାହକ ସାଜି ଦୋକାନୀଙ୍କ ଠାରୁ ସୁନା ବ୍ୟାଗ୍‌‌ ଲୁଟ୍‌‌

ଜଳେଶ୍ୱର : ଥମୁନି ଲୁଟେରାଙ୍କ ଉତ୍ପାତ। ଗ୍ରାହକ ସାଜି ଦୋକାନୀଙ୍କ ଠାରୁ ସୁନା ବ୍ୟାଗ୍‌‌ ଲୁଟ୍‌‌ ହୋଇଥିବା ନେଇ ଶୁକ୍ରବାର ଜଣାପଡିଛି। ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ମାର୍କେଟରେ ଥିବା ସୁନା ଦୋକାନରୁ ଲୁଟ୍‌‌ ହୋଇଛି। କଳା ପଲସରରେ ଆସି ୨ ଦୁର୍ବୃତ୍ତ ଲୁଟ୍‌‌ କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କେତେ ପରିମାଣର ଲୁଟ୍‌‌ ହୋଇଛି ସେନେଇ କୌଣସି ସ୍ପଷ୍ଟତା ମିଳିପାରି ନାହିଁ।

Comments are closed.