ଜଳେଶ୍ୱର : ବାଇକ୍ରେ ଆସି ୧ ଲକ୍ଷ ୫ ହଜାର ଲୁଟି ନେଲେ ଦୁର୍ବୃତ୍ତ। ଅଗ୍ରୱାଲା ଛକ ନିକଟରେ ସାଇକେଲ ଆରୋହୀଙ୍କ ଠାରୁ ମଙ୍ଗଳବାର ଏହି ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ବ୍ୟାଙ୍କରୁ ଟଙ୍କା ଉଠାଇ ସମ୍ପର୍କୀୟ ମହିଳାଙ୍କ ସହ ଯିବା ବେଳେ ଦୁର୍ବୃତ୍ତ ତାଙ୍କ ଠାରୁ ଟଙ୍କା ଲୁଟ୍ କରିଛନ୍ତି। ୨ ଲୁଟେରା ମହିଳାଙ୍କଠୁ ଟଙ୍କା ବ୍ୟାଗ୍ ଛଡାଇ ନେଇଥିବା ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Popular Categories



