www.samajalive.in
Saturday, December 6, 2025
26.1 C
Bhubaneswar

ଦ୍ବାଦଶ ଫେଲ୍ ଆଇପିଏସ୍ ଅଧିକାରୀ ମନୋଜ ଶର୍ମାଙ୍କୁ ଭେଟିଲେ ଆନନ୍ଦ ମହିନ୍ଦ୍ରା: କହିଲେ, ‘ଆଜି ମୁଁ ଧନୀ ହୋଇଗଲି’

ନୂଆଦିଲ୍ଲୀ : ଆନନ୍ଦ ମହିନ୍ଦ୍ରା ୭ ଫେବୃୟାରୀରେ ଆଇପିଏସ୍ ଅଧିକାରୀ ମନୋଜ କୁମାର ଶର୍ମା ଏବଂ ତାଙ୍କ ପତ୍ନୀ ଆଇଆରଏସ୍ ଅଧିକାରୀ ଶ୍ରଦ୍ଧା ଜୋଶୀଙ୍କ ସହ ସାକ୍ଷାତ କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି କି ସେ ଆଜି ଧନୀ ହୋଇଯାଇଛନ୍ତି । ଏ ହେଉଛନ୍ତି ସେହି ଆଇପିଏସ୍ ଅଫିସର ଯାହାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘12th Fail’ ରେ ଅଭିନେତା ବିକ୍ରାନ୍ତ ମେସୀ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

 

- Advertisement -

ମହିନ୍ଦ୍ରା ନିଜ ପୋଷ୍ଟରେ କହିଛନ୍ତି କି ଯେବେ ସେ ତାଙ୍କୁ ଅଟୋଗ୍ରାଫ୍ ପାଇଁ ଅନୁରୋଧ କଲେ ସେବେ ସେ ଲାଜ କଲେ । କିନ୍ତୁ ଅସାଧାରଣ ଯୋଡି ଆଇପିଏସ୍ ମନୋଜ କୁମାର ଶର୍ମା ଏବଂ ତାଙ୍କ ପତ୍ନୀ ଆଇଆରଏସ୍ ଶ୍ରଦ୍ଧା ଜୋଶୀ ବାସ୍ତବ ଜୀବନରେ ନାୟକ-ନାୟିକା । ତାଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ 12thFail  ନିକଟରେ ଭଲ ଆୟ କରିଥିଲା । ଆନନ୍ଦ ମହିନ୍ଦ୍ରା ଜଣାଇଛନ୍ତି କି ଆଜି ସେ ଜାଣିବାକୁ ପାଇଲେ କି ଏହି ଫିଲ୍ମର କାହାଣୀ ସତ ଘଟଣା ଉପରେ ଆଧାରିତ । ଏହା ପରେ ସେ ମନୋଜ କୁମାର ଶର୍ମା ଏବଂ ଶ୍ରଦ୍ଧା ଜୋଶୀଙ୍କ ସହ ସାକ୍ଷାତ କରିବାକୁ ମନସ୍ଥ କଲେ ।

କହିରଖୁଛୁ ନିକଟରେ ଆସିଥିବା ଏହି ଫିଲ୍ମରେ ବିକ୍ରାନ୍ତ ମେସୀ ମନୋଜ କୁମାର ଶର୍ମାଙ୍କ ଭୂମିକାରେ ନଜର ଆସିଥିଲେ ଏବଂ ମେଧା ଶଙ୍କର ଶ୍ରଦ୍ଧା ଜୋଶୀଙ୍କ ଭୂମିକା ତୁଲାଇଥିଲେ । ଏଥିରେ ଜଣେ ଯୁବକର କାହାଣୀ ନଜର ଆସୁଛି କି ସେ କିଭଳି ସଂଘର୍ଷ କରି ଶେଷରେ ଆଇପିଏସ୍ ଅଧିକାରୀ ହେଉଛି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories