www.samajalive.in
Monday, December 15, 2025
15.1 C
Bhubaneswar

ଘରର ମୁଖ୍ୟ ଦ୍ୱାରରେ ଲଗାଇଲେ ଏହି ସ୍ୱସ୍ତିକ ; ଚାକିରିରେ ହେବ ପଦନ୍ନୋତି

ହିନ୍ଦୁ ଧର୍ମରେ ସ୍ୱସ୍ତିକ ଚିହ୍ନର ଖୁବ ମହତ୍ତ୍ୱ ରହିଛି। ଘରର ମୁଖ୍ୟ ଦରଜା ନିକଟରେ ସ୍ୱସ୍ତିକ ଚିହ୍ନ କରାଯାଏ। ଏହାକୁ ଘରର ମୁଖ୍ୟ ଦ୍ୱାର ନିକଟରେ ଆଙ୍କିବା ଦ୍ୱାରା ଗୃହରେ ସୁଖସମୃଦ୍ଧି ପ୍ରବେଶ କରିଥାଏ ବୋଲି କୁହାଯାଏ। ଯେକୌଣସି ଶୁଭ କାର୍ଯ୍ୟ ପୂର୍ବରୁ ସ୍ୱସ୍ତିକ ଚିହ୍ନ କରାଯାଏ। ଶାସ୍ତ୍ରରେ ଏହାକୁ ଭଗବାନ ବିଷ୍ଣୁଙ୍କ ଆସନ ଓ ମା’ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ। ବାସ୍ତୁ ଶାସ୍ତ୍ରରେ ମଧ୍ୟ ସ୍ୱସ୍ତିକ ଚିହ୍ନ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାସହ ଏଭଳି କେତେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ଆପଣାଇବା ଦ୍ୱାରା ଜୀବନରେ ସୁଖସମୃଦ୍ଧି ଓ ହସଖୁସି ପ୍ରାପ୍ତି ହୋଇଥାଏ।
ଘରର ମୁଖ୍ୟ କବାଟରେ ତମ୍ବାରେ ତିଆରି ସ୍ୱସ୍ତିକ ଲଗାନ୍ତୁ। ଜାଣନ୍ତୁ ଏହା ଦ୍ୱାରା କି କି ଲାଭ ମିଳିଥାଏ।
ତମ୍ବାକୁ ଏକ ପବିତ୍ର ଧାତୁ କୁହାଯାଏ। ଏଥିରେ ତିଆରି ହୋଇଥିବା ସ୍ୱସ୍ତିକ ମୁଖ୍ୟ ଦରଜାରେ ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିବା ସହ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ତମ୍ବା ସ୍ୱସ୍ତିକ ମୁଖ୍ୟ ଦରଜାରେ ଲଗାଇବା ଦ୍ୱାରା କାହାର ଖରାପ ନଜର ଲାଗି ନଥାଏ।
ଘରର ମୁଖ୍ୟ ଦ୍ୱାରରେ ତମ୍ବା ସ୍ୱସ୍ତିକ ଲଗାଇବା ଦ୍ୱାରା ବ୍ୟକ୍ତିଙ୍କ ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ଏହା ସୂର୍ଯ୍ୟଙ୍କ ଶକ୍ତିକୁ ମଧ୍ୟ ଆକର୍ଷିତ କରିଥାଏ। ଫଳରେ ଘରେ ଖୁସି ପ୍ରବେଶ କରିବା ସହ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ। ଉନ୍ନତି ହୋଇଥାଏ।
ତମ୍ବା ସ୍ୱସ୍ତିକ ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଉତ୍ତମ ରହିଥାଏ। ରୋଗ ଦୂର ହୋଇଥାଏ। ଦୀର୍ଘ ଦିନରୁ ରୋଗ ଲାଗି ରହିଥିଲେ, ଏହା ଦୂର ହୋଇଥାଏ। ସଦସ୍ୟଙ୍କ ମନ ଶାନ୍ତ ସହ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ରହିଥାଏ।
ତମ୍ବା ସ୍ୱସ୍ତିକକୁ ସର୍ବଦା ଘରର ମୁଖ୍ୟ ଦରଜାରେ ମଝି ଭାଗରେ ଲଗାନ୍ତୁ। ଘର ଭିତରେ ମଧ୍ୟ ଏହାକୁ ଲଗାଇ ପାରିବେ। ଏହାଦ୍ୱାରା ମଧ୍ୟ ଶୁଭଫଳ ମିଳିଥାଏ। ଘର ଭିତରେ ତମ୍ବାର ସ୍ୱସ୍ତିକକୁ ପୂର୍ବ ଦିଗରେ ଲଗାନ୍ତୁ। କର୍ମକ୍ଷେତ୍ରରେ ଉନ୍ନତି ପାଇଁ ମଧ୍ୟ ସ୍ୱସ୍ତିକ ଚିହ୍ନ ଲଗାଇ ପାରିବେ। ଏହା ଦ୍ୱାରା ଚାକିରିରେ ପଦନ୍ନୋତି ହୋଇଥାଏ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories