www.samajalive.in
Friday, December 5, 2025
17.1 C
Bhubaneswar

‘ପଠାନ୍‌’ ପରେ ନୂଆ ଫିଲ୍ମ ସହ ଫେରୁଛନ୍ତି ଜନ୍‌; ଶେୟାର କଲେ ପୋଷ୍ଟର ଓ ରିଲିଜ୍‌ ତାରିଖ

ମୁମ୍ବଇ: ଜନ୍‌ ଆବ୍ରାହମଙ୍କ ପାଇଁ ବର୍ଷ ୨୦୨୩ ଜବରଦସ୍ତ ଥିଲା, କାରଣ ଜାନୁଆରୀରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ସହ ତାଙ୍କ ଫିଲ୍ମ ‘ପଠାନ୍‌’ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୧୦୦୦ କୋଟିରୁ ଅଧିକ ଆୟ କରି ଏକ ନୂଆ ରେକର୍ଡ଼ କରିଥିଲା। ଇତି ମଧ୍ୟରେ ଜନ୍‌ଙ୍କ ଆଗାମୀ ଚଳଚ୍ଚିତ୍ରର ଘୋଷଣା ହୋଇଯାଇଛି। ଏଥିସହ ମୁକ୍ତିଲାଭ ତାରିଖ ମଧ୍ୟ ସାମ୍ନାକୁ ଆସିଛି।


ଜନ୍‌ ଆବ୍ରାହମ୍‌ ଇନଷ୍ଟାଗ୍ରାମରେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବେଦା’ର ଦୁଇଟି ପୋଷ୍ଟର ଶେୟାର କରିଛନ୍ତି। ପ୍ରଥମ ପୋଷ୍ଟରରେ ଜନ୍‌ ବନ୍ଧୁକ ଧରି ଠିଆ ହୋଇଥିବା ଦେଖିବାକୁ ମିଳିଛି, କିନ୍ତୁ ତାଙ୍କ ମୁହଁ ଦେଖାଯାଉନାହିଁ। ସେହିପରି ଦ୍ବିତୀୟ ପୋଷ୍ଟରରେ ଫିଲ୍ମର ନାଁ ସହିତ ଜନ୍‌ ଆବ୍ରାହମ୍‌ ଓ ଅଭିନେତ୍ରୀ ଶରଭରୀ ୱାଘ୍‌ ନଜର ଆସିଛନ୍ତି। ପୋଷ୍ଟରରେ ଅଭିନେତାଙ୍କ ଘାତକ ଲୁକ୍ ପ୍ରଶଂସକଙ୍କ ହୃଦୟ ଜିତିଛି। ଚଳିତ ବର୍ଷ ଜୁଲାଇ ୧୨ରେ ପରଦାକୁ ଆସିବ ‘ବେଦା’।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories