www.samajalive.in
Monday, December 8, 2025
24.1 C
Bhubaneswar

ପ୍ରଚାର ପ୍ରସାରରେ ୫ବର୍ଷରେ ଖର୍ଚ୍ଚ ହୋଇଛି ୮୩ କୋଟି- ଉତ୍ତର ଦେଲେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଯୋଜନାର ପ୍ରଚାର, ପ୍ରସାର ଓ ବିଜ୍ଞାପନ ବାବଦରେ କେତେ ଅର୍ଥ ଖର୍ଚ୍ଚ ହୋଇଛି। ମଙ୍ଗଳବାର ବିଧାନସଭାରେ ବିଜେପି ବିଧାୟକଙ୍କ ପ୍ରଶ୍ନର ଉତ୍ତର ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ୨୦୨୩-୨୪ ଆର୍ଥିକ ବର୍ଷରେ ସରକାରୀ ଓ ବେସରକାରୀ ଯୋଜନାର ପ୍ରଚାର ପ୍ରସାର ଓ ବିଜ୍ଞାପନ ଖର୍ଚ୍ଚ ବାବଦକୁ ୭୪କୋଟି ୮୦ ଲକ୍ଷ ବ୍ୟୟବରାଦ ହୋଇଥିଲା। ଚଳିତ ଆର୍ଥିକ ବର୍ଷରେ ଜାନୁଆରୀ ଶେଷ ସୁଦ୍ଧା ପ୍ରାୟ ୨୦କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର।

ନିର୍ବାଚନ ବର୍ଷ ହୋଇଥିବାରୁ ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଖର୍ଚ୍ଚ ବଢିଛି। ଜାନୁଆରୀ ଶେଷ ସୁଦ୍ଧା ୧୯କୋଟି ୭୨ଲକ୍ଷ ଟଙ୍କା ସରକାର ଖର୍ଚ୍ଚ କରିଥିବା ମନ୍ତ୍ରୀ କହିଛନ୍ତି। ସରକାରୀ ଯୋଜନାର ପ୍ରଚାର ପ୍ରସାର ବାବଦକୁ ମୁଦ୍ରିତ ଗଣମାଧ୍ୟମକୁ ୧୭ କୋଟି ୪୩ ଲକ୍ଷ ଓ ବୈଦ୍ୟୁତିକ ଗଣମାଧ୍ୟମକୁ ମାତ୍ର ୩୧ ଲକ୍ଷ ଏବଂ ହୋର୍ଡିଙ୍ଗ ଓ ଆଉଟଡୋର ବ୍ରାଣ୍ଡିରେ ୧ କୋଟି ୯୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ସୂଚନା ଓ ଲୋକସମ୍ପର୍କ ବିଭାଗ ।

- Advertisement -

ସେହିପରି ଗତ ୫ ବର୍ଷରେ ପ୍ରଚାର ପ୍ରସାର ବାବଦକୁ ସୂଚନା ଓ ଲୋକସଂପର୍କ ବିଭାଗ ଖର୍ଚ୍ଚ କରିଛି ପ୍ରାୟ ୮୩ କୋଟି ଟଙ୍କା। ୨୦୧୯-୨୦ରେ ୩୦ କୋଟି, ୨୦୨୦-୨୧ରେ ୧୨ କୋଟିରୁ ଅଧିକ, ୨୦୨୧-୨୨ରେ ପ୍ରାୟ ୧୦ କୋଟି, ୨୦୨୨-୨୩ରେ ପ୍ରାୟ ୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories