www.samajalive.in
Monday, December 8, 2025
27.1 C
Bhubaneswar

ରୁଦ୍ରାକ୍ଷର ଶୁଭଫଳ ପ୍ରାପ୍ତି ପାଇଁ ଏହି ନିୟମ ପ୍ରତି ଦିଅନ୍ତୁ ଧ୍ୟାନ..

ଏକମୁଖୀ ରୁଦ୍ରାକ୍ଷ ଠାରୁ ଆରମ୍ଭ କରି ବହୁମୁଖୀ ରୁଦ୍ରାକ୍ଷ ରହିଛି। ଯେକୌଣସି ରୁଦ୍ରାକ୍ଷକୁ ଶୁଭ ମୁହୂର୍ତ୍ତରେ ମନ୍ତ୍ରୋଚାରଣ କରିବା ପରେ ସମ୍ପୂର୍ଣ୍ଣ ବିଧିରେ ଧାରଣ କରିବା ଉଚିତ୍‌‌। ବିନା ମନ୍ତ୍ରୋଚାରଣରେ ଏହାକୁ କଦାପି ଧାରଣ କରନ୍ତୁ ନାହିଁ। ଧର୍ମଶାସ୍ତ୍ରରେ ମଧ୍ୟ ଏହା ବର୍ଣ୍ଣନା କରାଯାଇଛି। ପଣ୍ଡିତଙ୍କ ଦ୍ୱାରା ମନ୍ତ୍ରୋଚାରଣ ପରେ ରୁଦ୍ରାକ୍ଷ ଧାରଣ କରିବା ଅତ୍ୟନ୍ତ ଶୁଭଙ୍କର ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି।

ଏକ ମୁଖୀ ରୁଦ୍ରାକ୍ଷ ଧାରଣ ପାଇଁ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଥିବା ସ୍ୱତନ୍ତ୍ର ମନ୍ତ୍ରର ଉଚ୍ଚାରଣ କରନ୍ତୁ।ଏହାକୁ ଧାରଣ କରିବା ଦ୍ୱାରା ଜୀବନରେ କୌଣସି ଅଭାବ ରହେ ନାହିଁ। ସମସ୍ତ ସୁଖ ପ୍ରାପ୍ତି ହୋଇଥାଏ।

- Advertisement -

୨ମୁଖୀ ରୁଦ୍ରାକ୍ଷ ଧାରଣ ପାଇଁ ଅର୍ଦ୍ଧନାରୀଶ୍ୱରଙ୍କୁ ପ୍ରସନ୍ନ କରିବା ପାଇଁ ଓଁ ନମଃ ମନ୍ତ୍ର ଉଚ୍ଚାରଣ କରନ୍ତୁ।ଏହାକୁ ଧାରଣ କରିବା ଦ୍ୱାରା ଆତ୍ମବିଶ୍ୱାସ ଓ ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ। ପାପ ଖଣ୍ଡନ ହୋଇଥାଏ।

୩ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ପାଇଁ ପ୍ରଭୁ ଶିବଙ୍କ ସହ ଅଗ୍ନିଙ୍କୁ ପ୍ରସନ୍ନ କରିବା ପାଇଁ ଥିବା ସ୍ୱତନ୍ତ୍ର ମନ୍ତ୍ରର ଉଚ୍ଚାରଣ କରନ୍ତୁ।ଏହାକୁ ଧାରଣ କଲେ ମନକୁ ଶାନ୍ତି ମିଳେ। ସୁଖ,ସମୃଦ୍ଧି,ଐଶ୍ୱର୍ଯ୍ୟ,ସୌଭାଗ୍ୟ ବୃଦ୍ଧି ହୋଇଥାଏ।

୪ ମୁଖୀ ରୁଦ୍ରାକ୍ଷ ଧାରଣ ପାଇଁ ପ୍ରଭୁ ଶିବଙ୍କ ସହ ବ୍ରହ୍ମାଙ୍କୁ ପ୍ରସନ୍ନ କରିବା ପାଇଁ ଥିବା ସ୍ୱତନ୍ତ୍ର ମନ୍ତ୍ରର ଉଚ୍ଚାରଣ କରନ୍ତୁ।ଏହାକୁ ଧାରଣ କଲେ ଚର୍ମରୋଗ,ମାନସିକ ଅଶାନ୍ତି ଦୂର ହୋଇ ଏକାଗ୍ରତା ବୃଦ୍ଧି ପାଇଥାଏ।

୫ ମୁଖୀ ରୁଦ୍ରାକ୍ଷ ଧାରଣ ପାଇଁ କାଳାଗ୍ନି ରୁଦ୍ରଙ୍କୁ ପ୍ରସନ୍ନ କରିବା ପାଇଁ ଥିବା ସ୍ୱତନ୍ତ୍ର ମନ୍ତ୍ରର ଉଚ୍ଚାରଣ କରନ୍ତୁ।ମାଳ ପାଇଁ ଏହି ରୁଦ୍ରାକ୍ଷର ବ୍ୟବହାର ହୋଇଥାଏ। ଏହାଦ୍ୱାରା ମନ୍ତ୍ର ଓ ଜ୍ଞାନ ଶକ୍ତି ପ୍ରାପ୍ତି ହୋଇଥାଏ।

୬ ମୁଖୀ ରୁଦ୍ରାକ୍ଷ ଧାରଣ ପାଇଁ ପ୍ରଭୁ ଶିବଙ୍କ ସହ କାର୍ତ୍ତିକେୟଙ୍କୁ ପ୍ରସନ୍ନ କରିବା ପାଇଁ ଥିବା ସ୍ୱତନ୍ତ୍ର ମନ୍ତ୍ରର ଉଚ୍ଚାରଣ କରନ୍ତୁ।ଏହାକୁ ଧାରଣ କରିବା ଦ୍ୱାରା ଜ୍ଞାନ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ।

୭ ମୁଖୀ ରୁଦ୍ରାକ୍ଷ ଧାରଣ ପାଇଁ ଶିବଙ୍କ ସହ ସପ୍ତର୍ଷିଙ୍କୁ ପ୍ରସନ୍ନ କରିବା ପାଇଁ ଥିବା ସ୍ୱତନ୍ତ୍ର ମନ୍ତ୍ରର ଉଚ୍ଚାରଣ କରନ୍ତୁ।ଏହାକୁ ଧାରଣ କରିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ।

୮ ମୁଖୀ ରୁଦ୍ରାକ୍ଷ ଧାରଣ ପାଇଁ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଥିବା ସ୍ୱତନ୍ତ୍ର ମନ୍ତ୍ରର ଉଚ୍ଚାରଣ କରନ୍ତୁ।
ଏହାକୁ ଧାରଣ କରିବା ଦ୍ୱାରା ଜ୍ଞାନ ପ୍ରାପ୍ତି ହୋଇଥାଏ। ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ।

୯ ମୁଖୀ ରୁଦ୍ରାକ୍ଷ ଧାରଣ ପାଇଁ ଭଗବାନ ଶିବଙ୍କ ସହ ମା’ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଥିବା ସ୍ୱତନ୍ତ୍ର ମନ୍ତ୍ରର ଉଚ୍ଚାରଣ କରନ୍ତୁ।

୧୦ ମୁଖୀ ରୁଦ୍ରାକ୍ଷ ଧାରଣ ପାଇଁ ଭଗବାନ ଶିବଙ୍କ ସହ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ଥିବା ସ୍ୱତନ୍ତ୍ର ମନ୍ତ୍ରର ଉଚ୍ଚାରଣ କରନ୍ତୁ।

୧୧ ମୁଖୀ ମୁଖୀ ରୁଦ୍ରାକ୍ଷ ଧାରଣ ପାଇଁ ଭଗବାନ ଶିବଙ୍କ ସହ ରୁଦ୍ର,ଇନ୍ଦ୍ରଙ୍କୁ ପ୍ରସନ୍ନ କରିବା ପାଇଁ ଥିବା ସ୍ୱତନ୍ତ୍ର ମନ୍ତ୍ରର ଉଚ୍ଚାରଣ କରନ୍ତୁ।

୧୨ ମୁଖୀ ମୁଖୀ ରୁଦ୍ରାକ୍ଷ ଧାରଣ ପାଇଁ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ପାଇଁ ଥିବା ସ୍ୱତନ୍ତ୍ର ମନ୍ତ୍ରର ଉଚ୍ଚାରଣ କରନ୍ତୁ।

୧୩ ମୁଖୀ ମୁଖୀ ରୁଦ୍ରାକ୍ଷ ଧାରଣ ପାଇଁ ଭଗବାନ ଶିବଙ୍କ ସହ କାର୍ତ୍ତିକେୟ, ଇନ୍ଦ୍ରଙ୍କ ଥିବା ସ୍ୱତନ୍ତ୍ର ମନ୍ତ୍ରର ଉଚ୍ଚାରଣ କରନ୍ତୁ।

୧୪ ମୁଖୀ ରୁଦ୍ରାକ୍ଷ ଧାରଣ ପାଇଁ ପ୍ରଭୁ ଶିବ, ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ଓଁ ନମଃ ମନ୍ତ୍ର ଉଚ୍ଚାରଣ କରନ୍ତୁ।

ଅଧିକ ଲାଭ ପାଇବା ପାଇଁ ମନ୍ତ୍ର ଉଚ୍ଚାରଣର ଏକ ବର୍ଷ ପରେ ପୁଣି ଆଉ ଥରେ ମନ୍ତ୍ର ଉଚ୍ଚାରଣ କରି ଏହାକୁ ଧାରଣ କରନ୍ତୁ।
ରୁଦ୍ରାକ୍ଷକୁ ଧାରଣ କରିବା ପର୍ଯ୍ୟନ୍ତ ଏହାକୁ ପବିତ୍ର ସ୍ଥାନରେ ରଖନ୍ତୁ। ଏଣେତେଣେ ରଖନ୍ତୁ ନାହିଁ। ଅପବିତ୍ର କିମ୍ବା ଅଇଁଠା ହାତରେ ରୁଦ୍ରାକ୍ଷ ସ୍ପର୍ଶ କରନ୍ତୁ ନାହିଁ। ସଠିକ ନିୟମର ପାଳନ କରିବା ଦ୍ୱାରା ରୁଦ୍ରାକ୍ଷ ଖୁବ ଶୁଭଫଳ ପ୍ରଦାନ କରିଥାଏ।

 

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories