www.samajalive.in
Monday, December 15, 2025
17.1 C
Bhubaneswar

ଲକ୍ଷ୍ନୌ ଜେଲରେ ଏଚଆଇଭି ସଂକ୍ରମିତ କଏଦୀଙ୍କ ସଂଖ୍ୟା ବଢାଇଲା ଚିନ୍ତା, ୩୬ରୁ ବୃଦ୍ଧି ପାଇ ୬୩ ଛୁଇଁଲା

ଲକ୍ଷ୍ନୌ : ଲକ୍ଷ୍ନୌ ଜିଲା ଜେଲରେ ଡିସେମ୍ବର ୨୦୨୩ରେ କରାଯାଇଥିବା ସ୍ବାସ୍ଥ୍ୟ ପରୀକ୍ଷଣ ସମୟରେ ଅତିକମରେ ୩୬ କଏଦୀ ଏଚଆଇଭି ସଂକ୍ରମିତ ସାମ୍ନାକୁ ଆସିଛନ୍ତି । ଜେଲ୍ ପ୍ରଶାସନ କହିଛି କି ଜେଲରେ ଏଚଆଇଭି ସଂକ୍ରମିତ କଏଦୀଙ୍କ ସମୁଦାୟ ସଂଖ୍ୟା ବୃଦ୍ଧି ପାଇ ଏବେ ୬୩ ହୋଇଯାଇଛି । ଜେଲ୍ ଅଧିକାରୀ ପରୀକ୍ଷଣରେ ହୋଇଥିବା ବିଳମ୍ବର କାରଣ ଜଣାଇଛନ୍ତି । ଏଚଆଇଭି ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ସଂସାଧନ ନଥିବାରୁ ସେପ୍ଟେମ୍ବର ବଦଳରେ ଡିସେମ୍ବରରେ ପରୀକ୍ଷା ହୋଇଥିଲା ।  

ଅଧିକାରୀଙ୍କ ସୂଚନା ଅନୁସାରେ ଅଧିକାଂଶ ସଂକ୍ରମିତ କଏଦୀ ପୂର୍ବରୁ ନିଶା ଦ୍ରବ୍ୟ ନେଉଥିଲେ । ଜେଲ୍ ଆସିବା ପୂର୍ବରୁ ବାହାରେ ସେମାନେ ସଂକ୍ରମିତ ସିରିଞ୍ଜ ଦ୍ବାରା ସଂକ୍ରମିତ ହୋଇଛ୍ତି । ଜେଲ୍ ଆସିବା ପରେ କେହି ବି ସଂକ୍ରମିତ ହୋଇନାହାଁନ୍ତି । ସମସ୍ତେ ପୂର୍ବରୁ ହିଁ ଏଚଆଇଭି ସଂକ୍ରମିତ ହୋଇଥିଲେ । ସେ ଜଣାଇଛନ୍ତି କି ଏଚଆଇଭି ପଜିଟିଭ୍ କଏଦୀଙ୍କୁ ନିୟମିତ ରୂପେ ଲକ୍ଷ୍ନୌ ସ୍ଥିତ ହସ୍ପିଟାଲରେ ଚିକିତ୍ସା ଦିଆଯାଉଛି । ଜେଲ୍ ପ୍ରଶାସନ ସତର୍କ ଅଛନ୍ତି ଏବଂ ସଂକ୍ରମିତ କଏଦୀଙ୍କ ସ୍ବାସ୍ଥ୍ୟ ଉପରେ ଟିକିନିଖି ନଜର ରଖୁଛନ୍ତି ।

- Advertisement -

ଯଦିଓ ସଂକ୍ରମିତଙ୍କ ସଂଖ୍ୟା ବଢିଛି କିନ୍ତୁ ଏହା ଆଶ୍ବସ୍ତିମୂଳକ ଖବର କି ଗତ ୫ ବର୍ଷରେ ଜଣେ ବି ସଂକ୍ରମିତଙ୍କ ମୃତ୍ୟୁ ହୋଇନି । ସମସ୍ତେ ଜେଲର ଚାରିକାନ୍ଥ ଭିତରେ ନିଜ ଭଲ ଚିନ୍ତା କରୁଛନ୍ତି ଏବଂ ଭାଇରସକୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷ୍ନୌ ଜିଲା ଜେଲରେ ବଢିବା ପରେ ସୁରକ୍ଷା ଦୃଷ୍ଟିରୁ ଏହା ଚିନ୍ତାର କାରଣ ପାଲଟିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories