www.samajalive.in
Sunday, December 7, 2025
26.1 C
Bhubaneswar

ସବୁଦିନ ପାଇଁ ଏହି ଖାସ୍‌ ଫିଚର୍‌ ବନ୍ଦ କଲା ଗୁଗଲ୍‌

ନୂଆଦିଲ୍ଲୀ: ଗୁଗଲ୍ ଏହାର ଏକ ଲୋକପ୍ରିୟ ଫିଚରକୁ ସବୁଦିନ ପାଇଁ ବନ୍ଦ କରିଦେଇଛି। ନିଜର କ୍ୟାଚ୍‌ଡ ୱେବ ପେଜ୍ ଫିଚରକୁ କମ୍ପାନୀ ବନ୍ଦ କରିଦେଇଛି। ଗୁଗଲ୍ କହିଛି ଯେ, ଏହାର ଆଉ କୌଣସି ଆବଶ୍ୟକତା ନାହିଁ। ଏଠାରେ ସୂଚନାଯୋଗ୍ୟ, ଉପଭୋକ୍ତା ଶୀଘ୍ର ପେଜ୍‌ଗୁଡ଼ିକରେ ପହଞ୍ଚିବା ପାଇଁ ସାହାଯ୍ୟ କରିବାକୁ କ୍ୟାଚ୍‌ଡ ୱେବ ପେଜ୍ ଲଞ୍ଚ୍ କରାଯାଇଥିଲା, ଯେତେବେଳେ କି ଲୋଡିଙ୍ଗ୍ ଏକ ସମସ୍ୟା ହୋଇ ଉଭା ହେଉଥିଲା। ତେବେ ଆଜିକାଲି ଲୋଡିଙ୍ଗ୍ କ୍ଷମତାରେ ଅଭୂତପୂର୍ବ ଉନ୍ନତିକୁ ଦୃଷ୍ଟିରେ ରଖି ଗୁଗଲ୍ ଏହି ଫିଚରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

ପୂର୍ବରୁ ଏହି ଫିଚର ଲୋଡିଙ୍ଗ୍ ସମୟ କମ୍ କରି ଉପଭୋକ୍ତାଙ୍କୁ ଏକ ୱେବପେଜରେ ପହଞ୍ଚିବାକୁ ସକ୍ଷମ କରୁଥିଲା। ସାଧାରଣତଃ କୌଣସି ୱେବପେଜରେ ବିଶ୍ବସନୀୟତାକୁ ପ୍ରମାଣିତ କରିବା ପାଇଁ ମଧ୍ୟ ଉପଭୋକ୍ତାଙ୍କ ଦ୍ବାରା ଏହି ଟୁଲ୍‌ର ବ୍ୟବହାର କରାଯାଏ ଏବଂ ଏସଇଓ ମ୍ୟାନେଜରମାନେ କୌଣସି ସମସ୍ୟା ପାଇଁ ନିଜ ସାଇଟ୍‌କୁ ଚେକ୍ କରିବାକୁ ଏହାର ବ୍ୟବହାର କରୁଥିଲେ।

- Advertisement -

ଗତ ମାସରେ ଗୁଗଲ୍ ​​‘ସର୍ବୋତ୍ତମ ଉପଭୋକ୍ତା ଅଭିଜ୍ଞତା ପ୍ରଦାନ ଉପରେ ଧ୍ୟାନ ଦେବା ପାଇଁ’ ଗୁଗଲ୍‌ ଆସିଷ୍ଟାଣ୍ଟରେ କେତେକ କମ୍‌ ବ୍ୟବହୃତ ଫିଚରକୁ ହଟାଇ ଦେଇଥିଲା। କମ୍ପାନୀ ନିଜ ପୋଷ୍ଟରେ କହିଥିଲା ଯେ, ଗୁଗଲ ୧୭ଟି ଫିଚର୍‌ ହଟାଇ ଦେଇଛି।

 

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories