www.samajalive.in
Saturday, December 6, 2025
14.1 C
Bhubaneswar

ଗୋଆରେ ‘କୋବି ମଞ୍ଚୁରିଆନ’ କାହିଁକି ହେଲା ନିଷେଧ

ଗୋଆ: ଭାରତରେ ଖୁବ ସହଜରେ ମିଳୁଥିବା ଫାଷ୍ଟ ଫୁଡ ମଧ୍ୟରେ କୋବି ମଞ୍ଚୁରିଆନ୍‌ ଅନ୍ୟତମ । ଏହି ଇଣ୍ଡୋ-ଚାଇନିଜ୍‌ ଖାଦ୍ୟ ‘କୋବି ମଞ୍ଚୁରିଆନ୍‌’ ଖାଇବାକୁ ବେଶ ସ୍ୱାଦିଷ୍ଟ ଲାଗିଥାଏ । ହେଲେ ଗୋଆର ଏକ ସହରରେ ଏହି କୋବି ମଞ୍ଚୁରିଆନ୍‌ କୁ ନେଇ ବିବାଦ ଦେଖାଦେଇଛି । ପରିସ୍ଥିତି ଏଭଳି ହେଲା ଯେ ଏହି ଖାଦ୍ୟକୁ ନିଷେଧ ଘୋଷଣା କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଗୋଆର ମାପୁସା ଅଂଚଳରେ ଅସ୍ୱାସ୍ଥ୍ୟକର ପରିବେଶରେ କୋବି ମଞ୍ଚୁରିଆନ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଥିଲା । କୋବି ମଞ୍ଚୁରିଆନ୍‌ ପ୍ରସ୍ତୁତିରେ ସ୍ୱଚ୍ଛତା ଏବଂ ସେଥିରେ ବ୍ୟବହାର ହେଉଥିବା କେମିକାଲ ରଙ୍ଗ ସ୍ୱାସ୍ଥ୍ୟ ପ୍ରତି ହାନିକାରକ । ଏଥିପାଇଁ ବିଭିନ୍ନ ଷ୍ଟଲରେ ପ୍ରସ୍ତୁତ ହେଉଥିବା ଏହି ଖାଦ୍ୟକୁ ବିକ୍ରି କରିବାକୁ ବାରଣ କରାଯାଇଛି । ମାପୁସା ମୁ୍ୟନିସିପାଲିଟି ପରିଷଦର ଏଭଳି ପଦକ୍ଷେପକୁ ସବୁ ମହଲରେ ସମର୍ଥନ ଜଣାଯାଇଛି । ୨୦୨୨ରେ ଖାଦ୍ୟ ଏବଂ ଔଷଧ ପ୍ରଶାସନ ଅଧିକାରୀ ଶ୍ରୀ ଦାମୋଦର ମନ୍ଦିରରେ ଭାସ୍କୋ ସପ୍ଟା ମେଳାରେ କୋବି ମଞ୍ଚୁରିଆନ୍‌ ବିକି୍ର ଉପରେ ନିୟନ୍ତ୍ରଣ କରିବାକୁ ମର୍ମୁଗାଓ ମୁ୍ୟନିସିପାଲିଟି ପରିଷଦକୁ ନିଦେ୍ର୍ଦଶ ଦିଆଯାଇଥିଲା । ଏହାପରେ ଏଫଡିଏ ପକ୍ଷରୁ ବିଭିନ୍ନ ଫୁଡ ଷ୍ଟଲ ଉପରେ ଚଢାଉ କରାଯାଇଥିଲା । ଫୁଡ ଷ୍ଟଲରେ ପରିସ୍କାର ପରିଚ୍ଛନ୍ନତାକୁ ନେଇ ଏହି ଚଢାଉ ହୋଇଥିଲା ।

- Advertisement -

ସେପଟେ ଏମଏମସିର ଚେୟାରମ୍ୟାନ୍‌ ପ୍ରିୟା ମିଶାଲ କହିଛନ୍ତି ଯେ ବିକ୍ରେତାଙ୍କ ଷ୍ଟଲରେ ସ୍ୱଚ୍ଛତା ଏବଂ ସିନ୍ଥେଟିକ୍‌ ରଙ୍ଗର ବ୍ୟାପକ ବ୍ୟବହାର ହେଉଥିଲା । ସେଥିରେ ବ୍ୟବହାର ହେଉଥିବା ସସ୍‌ କୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଏଥିପାଇଁ ଏହାକୁ ନିଷେଦ କରାଯାଇଛି । ନୂଆକରି ଖୋଲିବାକୁ ଥିବା ଷ୍ଟଲକୁ ଅନୁମତି ଦେଉଥିବା ବେଳେ ଷ୍ଟଲରେ ଏହି ଖାଦ୍ୟକୁ ବିକ୍ରି କରିବାକୁ ବାରଣ କରାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories