www.samajalive.in
Sunday, December 14, 2025
16.1 C
Bhubaneswar

ଏହି ୨ ବଡ ଭୁଲ ପାଇଁ ଫସିଲା ପେଟିଏମ୍, ଗୋଟିଏ ପାନ୍ କାର୍ଡରେ ଥିଲା ହଜାରରୁ ଅଧିକ ଆକାଉଣ୍ଟ…

ନୂଆଦିଲ୍ଲୀ : ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ଉପରେ ୩୧ ଜାନୁୟାରୀରେ ରିଜର୍ଭ ବ୍ୟାଙ୍କ ବ୍ୟାନ୍ ଲଗାଇ ଦେଇଥିଲା । ଫାଷ୍ଟ୍ୟାଗ୍, ଓ୍ବାଲେଟ୍ ଏବଂ ଏହାର ବ୍ୟାଙ୍କ ଆକାଉଣ୍ଟରେ ପଇସା ଜମା କରିବା ଉପରେ ମଧ୍ୟ ରୋକ ଲଗାଯାଇଛି । ରିଜର୍ଭ ବ୍ୟାଙ୍କର ସୂଚନା ଅନୁସାରେ ପେଟିଏମର ବ୍ୟାଙ୍କିଂ ସେବା ୨୯ ଫେବୃୟାରୀରୁ କାମ କରିବନି । ନିୟମ ଉଲ୍ଲଙ୍ଗନ ଯୋଗୁଁ ପେଟିଏମ୍ ଉପରେ କଟକଣା ଲଗାଯାଇଛି । କିନ୍ତୁ ଆପଣ ଜାଣିଛନ୍ତି କି, କେଉଁ କେଉଁ ଭୁଲ୍ ଯୋଗୁଁ ପେଟିଏମ୍ ରିଜର୍ଭ ବ୍ୟାଙ୍କର ନଜରକୁ ଆସିଲା ? ଆସନ୍ତୁ ଜାଣିବା…

ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇବାର ମୁଖ୍ୟ କାରଣ ହେଉଛି ସଠିକ ପରିଚୟ ବିନା ମଧ୍ୟ ଏଠାରେ କୋଟି କୋଟି ଆକାଉଣ୍ଟ ପ୍ରସ୍ତୁତ ହୋଇଥିଲା । ଏହି ଆକାଉଣ୍ଟ  ପାଇଁ କେଓ୍ବାଇସି ପ୍ରକ୍ରିୟା ପୁରା କରାଯାଇନଥିଲା । କେବଳ ଏତିକି ନୁହେଁ, ବିନା ପରିଚୟ ପତ୍ର ବିନା ମଧ୍ୟ କୋଟି କୋଟି ଟଙ୍କାର ନେଣଦେଣ ହେଉଥିଲା । ଯାହା ଫଳରେ ମନି ଲଣ୍ଡ୍ରିଂ ଆଶଙ୍କା ସୃଷ୍ଟି ହୋଇଥିଲା ।

- Advertisement -

ଆଉ ଏକ ବଡ କାରଣ ହେଉଛି ଗୋଟିଏ ପାନ୍ କାର୍ଡରେ ହଜାରରୁ ଅଧିକ ୟୁଜର୍ସଙ୍କ ଆକାଉଣ୍ଟ ଯୋଡି ହୋଇଥିଲା । ଏହା ବ୍ୟତୀତ ରିଜର୍ଭ ବ୍ୟାଙ୍କ ଜାଣିବାକୁ ପାଇଲା କି ପେଟିଏମ୍ ବ୍ୟାଙ୍କ ନିୟମର ପାଳନ କରୁନି । ରାଜସ୍ବ ସଚିବ ସଞ୍ଜୟ ମଲହୋତ୍ରା କହିଛନ୍ତି କି ଯଦି ଫଣ୍ଡର ହେରାଫେରିର କୌଣସି ପ୍ରମାଣ ମିଳେ ତେବେ ଇଡି ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ଉପରେ ଯାଞ୍ଚ କରିବ । ଅନ୍ୟପଟେ ପେଟିଏମ୍ ସ୍ପଷ୍ଟ କରିଛି କମ୍ପାନୀ କିମ୍ବା ଏହାର ସିଇଓ ବିଜୟ ଶେଖର ଶର୍ମା ମନି ଲଣ୍ଡ୍ରିଂ ପାଇଁ ଇଡି ଯାଞ୍ଚର ପରିସରରେ ଆସୁନାହାଁନ୍ତି । କହିରଖୁଛୁ ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ପାଖରେ ପ୍ରାୟ ୩୫ କୋଟି ଇ-ଓ୍ବାଲେଟ୍ ଥିଲା । ଏଥିରୁ ପ୍ରାୟ ୩୧ କୋଟି ଚାଲୁନି । ଅନ୍ୟ ୪ କୋଟି ଆକାଉଣ୍ଟରେ ପଇସା ନାହିଁ କିମ୍ବା ବହୁତ କମ୍ ପଇସାରେ ଚାଲୁଛି । ଅନ୍ୟପଟେ ଲକ୍ଷ ଲକ୍ଷ ଆକାଉଣ୍ଟରେ କେଓ୍ବାଇସି ଅପଡେଟ୍ ହୋଇନି । ଏହି ସବୁ କାରଣ ଯୋଗୁଁ ରିଜର୍ଭ ବ୍ୟାଙ୍କ ନଜରକୁ ଆସିଥିଲା ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories