www.samajalive.in
Friday, December 12, 2025
14.1 C
Bhubaneswar

ବିଚାରପତି ଜଷ୍ଟିସ ସାବିତ୍ରୀ ରଥଙ୍କ ବୌଦ୍ଧ କୋର୍ଟ ପରିଦର୍ଶନ

ବୌଦ୍ଧ: ଓଡ଼ିଶା ଉଚ୍ଚ ନ୍ୟାୟଳୟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ ଶନିବାର ସନ୍ଧ୍ୟାରେ ବୌଦ୍ଧ କୋର୍ଟ ପରିଦର୍ଶନ କରିଥିଲେ। ଜଷ୍ଟିସ ରଥ ବୌଦ୍ଧଠାରେ ପହଞ୍ଚିବା ପରେ ଜିଲା ବିଚାର ବିଭାଗୀୟ ଓ ଜିଲା ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ସ୍ୱାଗତ କରିଥିଲେ। ଜଷ୍ଟିସ ରଥ ଜିଲା କୋର୍ଟର ସମସ୍ତ କୋର୍ଟ ରୁମ ବୁଲି ଦେଖିବା ସହ ସମସ୍ତ ସୁବିଧା ଓ ଅସୁବିଧା ଉପରେ ପଚାରି ବୁଝିଥିଲେ। ଜିଲା ଓକିଲ ସଂଘର ବରିଷ୍ଠ ଆଇନ୍‌‌ଜିବୀ ତାରେଣି କୁମାର ମହାପାତ୍ର କୋର୍ଟ ପରିସରରେ ଏକ କ୍ୟାଣ୍ଟିନ ଖୋଲାଯିବା ପାଇ ଅନୁରୋଧ କରିବା ସହ ଓଳିଲମାନଙ୍କ ବିଭିନ୍ନ ସମସ୍ୟା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଜଷ୍ଟିସ ରଥ କୋର୍ଟ ପରିସରକୁ ବୁଲି ଦେଖିଥିଲେ। ଜଷ୍ଟିସଙ୍କ ପରିଦର୍ଶନ ସମୟରେ ଜିଲା ଦୌରାଜଜ ବିକ୍ରମ କୁମାର ପ୍ରଧାନ, ଅତିରିକ୍ତ ଜିଲା ଦୌରାଜଜ ସରୋଜିନୀ ପତି, ,ସିଜେଏମ ବିଶେଶ୍ୱର ବିଶ୍ୱ ପ୍ରକାଶ ରାୟ, ରେଜିଷ୍ଟ୍ରାର ସୁଚିତ୍ରା ପରମଗୁରୁ, ସବ୍‌‌ଜଜ ସିତିକଣ୍ଠ ପ୍ରଧାନ, ଏସଡିଜେଏମ ସୁଶ୍ରୀ ସଙ୍ଗିତା ଦାଶଙ୍କ ସମେତ ସମସ୍ତ ବିଚାରପତି ଓ ଜିଲା ଓକିଲ ସଂଘର ବରିଷ୍ଠ ଆଇନଜିବୀ ତାରେଣି କୁମାର ମହାପାତ୍ର, ବିଶ୍ୱଜିତ ମିଶ୍ର, ଜୁଲିୟସ ସିଜର ମହାକୁଳ, ପ୍ରଦୀପ କୁମାର ମହରାଣା, ଅମ୍ରିତ ପ୍ରଧାନ, ପ୍ରିତମ ମିଶ୍ର, ଅବିନାଶ ମେହେର ଓ ଜିଲା ସଭିଲ ଏବଂ କ୍ରିମନାଲ ବାରର ଆଇନଜିବୀ ରାଜୀବ କୁମାର ଦଲାଲ ଓ ସମସ୍ତ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories