www.samajalive.in
Friday, December 12, 2025
14.1 C
Bhubaneswar

ଓଷ୍ଟା ପକ୍ଷରୁ ବିକ୍ଷୋଭ, ଦାବିପତ୍ର ପ୍ରଦାନ

ଫୁଲବାଣୀ: ବିଭିନ୍ନ ଦାବିନେଇ ଆଜି ଓଡ଼ିଶା ମାଧ୍ୟାମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) କନ୍ଧମାଳ ଶାଖା ପକ୍ଷରୁ ଆଜି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଦାବିନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏଥି ସହିତ ଏହି ଦାବିପତ୍ର ଅର୍ଥ ମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଜିଲା ସଂପାଦକ ରଂଜନ କୁମାର ମହାନ୍ତି, ଜିଲା ସଭାପତି ଚର୍ତୁଭୁଜ ରାଉ ଓ ଉପଦେଷ୍ଟା ପ୍ରଫୁଲ କୁମାର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗଣେଶ୍ୱର ଦଳାଇଙ୍କ ନେତୃରେ ଏହି ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ପ୍ରକାରେ ରାଜ୍ୟ ସରକାର ଓଷ୍ଟାର ରାଜ୍ୟ ଶାଖାକୁ ଦେଇଥିବା ପ୍ରତିଶୃତି ଆଜି ପର୍ଯ୍ୟନ୍ତ ପୁରଣ ନକରିବା , ୬୧୦ ବିଦ୍ୟାଳୟକୁ ସରକାରୀ କରଣ କରିବା, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ଖାଲି ପଡ଼ିଥିବା ପଦବୀ ଗୁଡ଼ିକ ତୁରନ୍ତ ପୁରଣ କରିବା ଭଳି ଦାବି ରହିଛି। କାର୍ଯ୍ୟକ୍ରମରେ ଶିକ୍ଷକ ନେତା ରାଜ କିଶୋର ସାହୁ, ଅଭୟ ପ୍ରଧାନ, ପ୍ରଦୀପ କୁମାର ସାହୁ, ପ୍ରମୋଦ ସାସମଲ, ପଦ୍ମଚରଣ ମାନସିଂ, ଜିତେନ୍ଦ୍ର ମଲିକ, ନରେଶ ଚନ୍ଦ୍ର ସାମଲ, ସଂଜୀବ ସାହାଣୀ, ଦିନବନ୍ଧୁ ସାହି, ରାଧାଶ୍ୟାମ ଦାସ, ଗୋପିନାଥ ଗୋଛାୟତ, ଅକ୍ଷୟ ବରାଳଙ୍କ ଭଳି ବହୁ ଶିକ୍ଷକ ନେତାମାନେ ସାମିଲ୍‌‌ ହୋଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories