www.samajalive.in
Tuesday, December 9, 2025
15.1 C
Bhubaneswar

ପତ୍ନୀଙ୍କ ପ୍ରେମିକକୁ ଅନ୍ଧ କରି ମାଲିକ ଗିରଫ

ତେଘରା(ବିହାର): ପତି ସହ ଫେରାର ହୋଇ ଯିବାରୁ ନିଜର କର୍ମଚାରୀଙ୍କ ଆଖି ନଷ୍ଟକିର ଅନ୍ଧ କରିବା ଅଭିଯୋଗରେ ପୁଲିସ ଦୟାରାମ ସିଂ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ଗୌତମ କୁମାର ନାମକ ଜଣେ ଲୋକ ଦୟାରାମଙ୍କ ନିକଟରେ କାମ କରୁଥିଲା । କିଛି ଦିନ ତଳେ ଗୌତମ ଦୟାରାମଙ୍କ ପତ୍ନୀଙ୍କ ସହ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଥିଲା ।

ଗୌତମ ଟ୍ରାକ୍ଟର ଚାଳକ ଭାବେ ଦୟାରାମଙ୍କ ଘରେ କାମ କରୁଥିଲା । ପରେ ଗୌତମ ଓ ଦୟାରାମଙ୍କ ପତ୍ନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେମାନେ ଏକାଠି ଫେରାର ହୋଇଯିବା ପରେ ଦୟାରାମ ସେମାନଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଖୋଜିଥିଲା । ଗତ  ଶୁକ୍ରବାର ରାତିରେ ପ୍ରାୟ ୨୦ ଜଣ ଲୋକ ଗୌତମଙ୍କୁ ରାସ୍ତାରୁ ଉଠାଇ ନେଇଥିଲେ । ଗୋଟିଏ ଗାଡି ଭିତରେ ଗୌତମଙ୍କୁ ପ୍ରବଳ ମାଡ ମାରିବା ସହ ତାଙ୍କ ଆଖିରେ ଏସିଡ୍‌ ପକାଇ ଦେଇଥିଲେ । ପୁଲିସର ଏହାର ଅଭିଯୋଗ ହେବାପରେ ଦୟାରାମଙ୍କୁ ଗିରଫ କରାଯାଇଛି । ଗୌତମଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଥିରେ ସାମିଲ ଥିବା ଅନ୍ୟମାନଙ୍କୁ ଗିରଫ ପାଇଁ ପୁଲିସ ଚେଷ୍ଟା କରୁଛି ବୋଲି ତେଘ୍ରାର ଏସ୍‌ଡିପିଓ ବିକେ ସିଂ ସୂଚନା ଦେଇଛନ୍ତି ।.

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories