ଭଗବାନ ହନୁମାନଙ୍କ ସହ କଥା ହେଉଛି କୁନି ପିଲା ! ଭିଡିଓ ଭାଇରାଲ…
ଅଯୋଧ୍ୟା : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରଠୁ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗୁଛି । ସମସ୍ତେ ରାମଲାଲାଙ୍କ ଭକ୍ତିରେ ମନ୍ତ୍ରମୁଗ୍ଧ ହୋଇଯାଉଛନ୍ତି । କେଉଁଠି ଡିଜିଟାଲ ଝୋଟି ପଡିଛି ତ ଆଉ କେଉଁଠି ଲାଇଟରେ ସୁନ୍ଦର ତୋରଣ ପ୍ରସ୍ତୁତ ହୋଇଛି । ସୋସିଆଲ ମିଡିଆରେ ମଧ୍ୟ ଭକ୍ତଙ୍କ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଜି ପ୍ରଭୁ ଶ୍ରୀରାମ ଏବଂ ହନୁମାନଙ୍କ ଜଣେ କୁନି ଭକ୍ତର ଭିଡିଓ ଇଣ୍ଟରନେଟରେ ଘୁରିବୁଲୁଛି । ମାତ୍ର କିଛି ସମୟରେ ଭିଡିଓକୁ ୧୧ ହଜାର ଲାଇକ୍ ମିଳିଛି ।
Cutest video ever ❤️💯pic.twitter.com/QXQ0zEP4C5
— RVCJ Media (@RVCJ_FB) February 1, 2024
ଭାଇରାଲ ଭିଡିଓରେ ଏକ ଛୋଟ ପିଲାଟି ଭଗବାନ ହନୁମାନଙ୍କ ଏକ କଣ୍ଢେଇ ସହିତ କଥା ହେଉଥିବା ନଜର ଆସୁଛି । ଭିଡିଓରେ ପିଲାଟି ହନୁମାନଙ୍କ କଣ୍ଢେଇକୁ ଧରି କହୁଛି କି ‘ତୁମେ ରାବଣ ପାଖକୁ ଯାଇଥିଲ…. ସେ ତୁମ ଲାଞ୍ଜରେ ନିଆଁ ଲଗେଇଦେଲା…କିନ୍ତୁ ତମେ ବହୁତ ଷ୍ଟ୍ରଙ୍ଗ୍… ତମେ ତା ଲଙ୍କାରେ ନିଆଁ ଲଗେଇଦେଲ…’ । ଏମିତି ଅନେକ ସମୟ ଧରି ପିଲାଟି ହନୁମାନଙ୍କ କଣ୍ଢେଇ ଧରି କଥା ହେଉଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳିସାରିଛି । ଭିଡିଓଟି ସୋସିଆଲ ମିଡିଆରେ ଘୁରିବୁଲୁଛି । ସମସ୍ତେ ଏହାକୁ ପସନ୍ଦ କରିବା ସହ ଅନେକ ପ୍ରତିକ୍ରିୟା ଦେଉଛନ୍ତି । ସମସ୍ତେ ସେ କୁନି ଝିଅକୁ କ୍ୟୁଟ୍ ବୋଲି କହିବା ସହ ଜୟ ଶ୍ରୀ ହନୁମାନ ବୋଲି କମେଣ୍ଟ ଲେଖୁଛନ୍ତି ।
Comments are closed.