www.samajalive.in
Saturday, December 6, 2025
15.1 C
Bhubaneswar

ଚୀନ୍ ସୈନିକଙ୍କୁ ମେଷ ପାଳକଙ୍କ ଚେତାବନୀ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଏଲଏସି ନିକଟରେ ଭାରତୀୟ ମେଷ ପାଳକ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷର ଏକ ଭିଡିଓ ସାମ୍ନାକୁ ଆସିଛି। ଚୀନର ସୈନିକମାନେ ମେଷ ପାଳକ ମାନଙ୍କୁ ଚରାଭୂମିକୁ ପଶୁ ମାନଙ୍କୁ ନେବାକୁ ବାରଣ କରିଥିଲେ। ଯାହାକୁ ମେଷ ପାଳକମାନେ ବିରୋଧ କରିଛନ୍ତି। ଚୁସୁଲ କାଉନସିଲର କାନଚାଙ୍କ ଷ୍ଟଞ୍ଜିନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଚୀନର ସୈନିକମାନେ  ମେଷ ପାଳକମାନଙ୍କୁ ଅଟକାଉଥିବାର ନଜର ଆସିଛନ୍ତି। ମେଷପାଳକମାନେ ସେମାନଙ୍କ ସହ ଯୁକ୍ତିତର୍କ କରୁଛନ୍ତି । ଏବଂ ସେହି ସ୍ଥାନରୁ ଫେରିଯିବାକୁ ମନା କରୁଛନ୍ତି। ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଏହି ଭିଡିଓ ଜାନୁଆରୀ ପ୍ରଥମ ସପ୍ତାହରୁ ହୋଇଛି। ଏହା ହେଉଛି ନିଓମା ଗାଁ ନିକଟରେ ଥିବା ଏଲଏସି ଅଞ୍ଚଳ।  ଗ୍ରାମବାସୀଙ୍କ କହିବା ଅନୁଯାୟୀ ସେମାନେ ସବୁବେଳେ ନିଜ ପଶୁ ମାନଙ୍କୁ ସେହି ସ୍ଥାନକୁ ନିଅନ୍ତି। କିନ୍ତୁ ଚୀନ ସୈନିକମାନେ ଏହାକୁ ନିଜ ଅଞ୍ଚଳ ବୋଲି ଦାବି କରି ସେମାନଙ୍କୁ ଅଟକାଉଛନ୍ତି। ଯାହାକୁ ନେଇ ଚୀନ୍ ସୈନିକ ଏବଂ ଗ୍ରାମବାସୀ ମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏପରିକି ଗ୍ରାମବାସୀମାନେ ଚୀନ ସୈନିକଙ୍କ ଗାଡି ଉପରକୁ ପଥର ମାଡ ମଧ୍ୟ କରିଥିଲେ। ତେବେ ଏହି ଚରାଭୁଇଁ କେବଳ ସେଠାରେ ରହୁଥିବା ଗ୍ରାମବାସୀ ଏବଂ ପଶୁମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ।  ବରଂ ଭାରତ ସୀମାର ସୁରକ୍ଷା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।  ସେଥିପାଇଁ ବେଳେବେଳେ ଚୀନ୍ ସୈନିକମାନେ ଭାରତୀୟ ଲୋକଙ୍କୁ ସେମାନଙ୍କ ପଶୁ ନେବାକୁ ଅଟକାଇଥାନ୍ତି।  ଏବଂ ବେଳେବେଳେ ଭାରତୀୟ ସୈନିକମାନେ ଚାଇନାରୁ ଆସୁଥିବା ଲୋକଙ୍କୁ ସେମାନଙ୍କ ପଶୁମାନଙ୍କୁ ସେଠାରୁ ନେଇଯିବାକୁ କୁହନ୍ତି । ଯେଉଁ ଜାଗାରେ ଭାରତୀୟ ଲୋକମାନେ ସେମାନଙ୍କର ପଶୁମାନଙ୍କୁ ନେଇଥାନ୍ତି, ତାହା ହେଉଛି ଭାରତୀୟ ଅଞ୍ଚଳ । ଏବଂ ଯଦିଓ ଚୀନ୍ ଏହାକୁ ନିଜର ବୋଲି ଦାବି କରେ।  ତଥାପି ଭାରତୀୟ ପଶୁପାଳକମାନେ ସେହି ସ୍ଥାନରେ ଭାରତୀୟ ଦାବିକୁ ମଜବୁତ କରନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories