www.samajalive.in
Saturday, December 13, 2025
26.1 C
Bhubaneswar

୯ ଲକ୍ଷ ପଦବୀ ଖାଲି, ବେକାର ବୁଲୁଛନ୍ତି ଯୁବଗୋଷ୍ଠୀ – ଯୁବ କଂଗ୍ରେସ ମୁଖ୍ୟ

ଡେସ୍କ: କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନଅ ଲକ୍ଷରୁ ଅଧିକ ପଦବୀ ଖାଲି ପଡିଛି ବୋଲି ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀନିବାସ ବିଭି କହିଛନ୍ତି। ଏହି ପଦବୀ ପୂରଣ ପାଇଁ ଶାସକ ଦଳ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ସେ ଅଭିଯୋଗ କରିଛନ୍ତି।

ଅଣଦେଖା କରିବାରୁ ମହିଳାଙ୍କୁ ୫୦ ଥର ଛୁରୀ ଭୁସି ହତ୍ୟା କଲା ପ୍ରେମିକ

- Advertisement -

ଏକ ଆରଟିଆଇ ରିପୋର୍ଟକୁ ଦର୍ଶାଇ ଶ୍ରୀନିବାସ ଦାବି କରିଛନ୍ତି ଯେ ରେଳବାଇ, ଗୃହ ବିଭାଗ, ନାଗରିକ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, କୃଷି ବିଭାଗ ଏବଂ କ୍ରୀଡା ଓ ଯୁବ ବ୍ୟାପାରରେ ବହୁ ସଂଖ୍ୟକ ପଦବୀ ଖାଲି ଅଛି। ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନଅ ଲକ୍ଷରୁ ଅଧିକ ପଦବୀ ଖାଲି ପଡିଛି। ଏହି ପଦବୀ ପୂରଣ ପାଇଁ କେନ୍ଦ୍ର କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ। ଏହା ଏକ ଆରଟିଆଇ ରିପୋର୍ଟ ଏବଂ ଏହାର ତଥ୍ୟ ଯାହା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ରେଳବାଇ, ଗୃହ ବିଭାଗ, ନାଗରିକ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, କୃଷି ବିଭାଗ, କ୍ରୀଡା ଏବଂ ଯୁବ ବ୍ୟାପାରରେ ଏହି ପଦବୀ ଖାଲି ଅଛି ବୋଲି ସେ ଅଭିଯୋଗ କରିଛନ୍ତି। ଶ୍ରୀନିବାସ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ବହୁ ସଂଖ୍ୟକ ଯୁବକ ବର୍ତ୍ତମାନ ସୁଦ୍ଧା ବେକାର ବୁଲୁଛନ୍ତି ଏବଂ ଏହି ପଦଗୁଡିକ କେବେ ପୂରଣ ହେବ ବୋଲି ପଚାରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories