ଛତିଶଗଡ଼ରେ ମାଓ ଆକ୍ରମଣ – ୩ ଯବାନ ସହିଦ, ୧୪ ଗୁରୁତର
ଡେସ୍କ: ଛତିଶଗଡ଼ରେ ମାଓବାଦୀଙ୍କ ଆକ୍ରମଣରେ ୩ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ୧୪ ଜଣ ଯବାନ ଗୁରୁତର ଆହତ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି। ମାଓବାଦୀ ମାନେ ଯବାନ ମାନେ ରହୁଥିବା କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି। ସୁକୁମା- ବିଜାପୁର ସୀମାରେ ଥିବା ଏହି କ୍ୟାମ୍ପ ଉପରେ ମାଓବାଦୀ ମାନେ ଅତର୍କିତ ଭାବେ ଆକ୍ରମଣ କରିଥିବା କୁହାଯାଇଛି।
୯ ଲକ୍ଷ ପଦବୀ ଖାଲି, ବେକାର ବୁଲୁଛନ୍ତି ଯୁବଗୋଷ୍ଠୀ – ଯୁବ କଂଗ୍ରେସ ମୁଖ୍ୟ
ସୂଚନା ଅନୁଯାୟୀ, ଆଜି ନୂଆ କ୍ୟାମ୍ପ ପ୍ରତିଷ୍ଠା ପାଇଁ ଯବାନ ମାନେ ଯାଉଥିବା ବେଳେ ମାଓବାଦୀ ମାନେ ଆମ୍ବୁଶ କରି ଆକ୍ରମଣ କରିଥିଲେ। ପ୍ରାୟ ୨ ଘଣ୍ଟା ଧରି ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଆକ୍ରମଣରେ ଗୁରୁତର ଆହତ ୧୪ ଜଣଙ୍କୁ ହେଲିକପ୍ଟର ଯୋଗେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି।
Comments are closed.