www.samajalive.in
Monday, December 8, 2025
17.1 C
Bhubaneswar

ଶିକ୍ଷକ ଅଭିଭାବକ ଏକାଠି ହେଲେ ବିଦ୍ୟାର୍ଥିଙ୍କ ବିକାଶ ସମ୍ଭବ

ଧାମରା : ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ଜତୀନ୍ଦ୍ରନାଥ ଉଚ୍ଚ ବିଦ୍ୟାଳୟରେ ୩୨ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ସକାଳ ୭ଘଟିକାରେ ବିଦ୍ୟାଳୟ ପ୍ରାଙ୍ଗଣରେ ପତାକା ଉତୋଳନ ହେବା ସହ ପାରମ୍ପରିକ କାର୍ଯ୍ୟକ୍ରମ ଅନୁଯାୟୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବତ୍କୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ଣରେ ପ୍ରଦ୍ୱୀପ ପ୍ରଜ୍ୱଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ଏହି ସଭାରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ ଶୁଭେନ୍ଦୁ କୁମାର ମହାରାଜ ମୁଖ୍ୟବକ୍ତା ଭାବେ ଓଷ୍ଟାର ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସଭ୍ୟ ଅକ୍ଷୟ କୁମାର ହୋତା ଯୋଗ ଦେଇ ନିଜ ନିଜ ବକ୍ତବ୍ୟରେ ଶିକ୍ଷକ ଅଭିଭାବକ ଏକାଠି ହେଲେ ସମସ୍ତ ବିଦ୍ୟାର୍ଥିର୍ଙ୍କ ସମସ୍ତ ପ୍ରକାର ବିକାଶ ସମ୍ଭବ ବୋଲି ମତପୋଷଣ କରିଥିଲେ। ହୋଇଥିବା ସଭାରେ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ମଣ୍ଡଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ବିନୟ କୁମାର ପାଢୀ ବାର୍ଷିକ ବିବରଣୀ ପାଠ କରିଥିଲେ।

- Advertisement -

ସମ୍ମାନୀତ ଅତିଥି ଭାବେ ପ୍ରଦ୍ୱୀପ କୁମାର ଦାସ,ଅନୀଲ କୁମାର ମିଶ୍ର,ରେବତୀକାନ୍ତ ବେହେରା, ସୁରଜିତା ନାୟକ, ପ୍ରଭାତ କୁମାର ପାଣିଗ୍ରାହୀ , ଅନୁପ କୁମାର ଦାସ, ତିଳୋତମା ଦାସ, କଇଥଖୋଲା ସରପଂଚ ସୁବାଶିନୀ ଦାସ, ,ଶିକ୍ଷା କମିଟିର ସଭାପତି ତାରାପଦ ସିହ୍ନା, ଏସଏମସି ସଭାପତି ଅରବିନ୍ଦ ନାୟକ ପ୍ରମୁଖ ମଂଚାସୀନ ଥିବା ସହ ନିଜ ନିଜ ବକ୍ତବ୍ୟରେ ବିଦ୍ୟାର୍ଥୀ ମାନଙ୍କ ଉତୋରତର କାମନା କରିବା ସହ ଆଗାମୀ ଦିନରେ କିପରି ସେମାନେ ଜଣେ ଜଣେ ଭଲ ମଣିଷ ହେବା ସହ ଶୈଶବରୁ କିପରି ଏବଂ କେଉଁ ବିଦ୍ୟା ଶିକ୍ଷା କଲେ ଆଗାମୀ ଦିନରେ ସେମାନେ ନିଜ ଗୋଡରେ ନିଜେ ଛିଡା ହେବା ସହ ସମାଜକୁ ଦିଗଦର୍ଷଣ ଦେବେ ତାହା ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥଲେ।

ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ମଣ୍ଡଳ ମଂଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟରେ ହୋଇଥିବା ଖେଳ କୁଦରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।ହୋଇଥିବା କାର୍ଯ୍ୟ୍ରକ୍ରମଟିକୁ ବିଦ୍ୟାଳୟ ଶିକ୍ଷକ ରଞନ କୁମାର ମିଶ୍ର, ହେମନ୍ତ କୁମାର ବାରିକ, ବିଶଯବରଞନ ଭୂୟାଁ, ସୁର୍ଯ୍ୟମଣୀ ବାରିକ, ସୁରେଶ ଚନ୍ଦ୍ର ମାଇତି, ଅରବିନ୍ଦ ମାଇତି,ଲବ କୁମାର ସାମନ୍ତ,ରବିନ୍ଦ୍ର ପାଢୀ, ଦାଶରଥି ମଣ୍ଡଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ରଞନ କୁମାର ମିଶ୍ର ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories