www.samajalive.in
Monday, December 8, 2025
24.1 C
Bhubaneswar

ବାଇକ୍‌‌ରୁ ବି ଶସ୍ତା ଏହି ଇଲେକ୍ଟ୍ରିକ କାର୍‌‌ ; ଦାମ୍‌‌ ଶୁଣିଲେ ହେବେ କାବା

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ବୈଦ୍ୟୁତିକ ଯାନ କିଣିବାକୁ ଇଚ୍ଛୁକ। ତେବେ ଇଲେକ୍ଟ୍ରିକ ସ୍କୁଟର ଆଦି କିଣୁ ଥିବା ସମୟରେ ଏବେ ତାଲିକାରେ କାର୍‌‌ ମଧ୍ୟ ଯୋଡି ହୋଇଛି। ପୁଣି କାର୍‌‌ର ଦାମ୍‌‌ ବାଇକ୍‌‌ ଠାରୁ ମଧ୍ୟ କମ୍‌‌ ହୋଇଥିବାରୁ ଲୋକଙ୍କ ଆଗ୍ରହ ଦ୍ୱିଗୁଣିତ ହୋଇଛି। ଭାରତ ବଜାରରେ ଭଳି କି ଭଳି ବୈଦ୍ୟୁତିକ (ଇଲେକ୍ଟ୍ରିକ) କାର୍‌‌ ବଜାରରେ ଉପଲବ୍ଧ। ଅଧିକାଂଶ କାର୍‌‌ର ମୂଲ୍ୟ ୮ ରୁ ୯ ଲକ୍ଷ ଟଙ୍କାରୁ କମ୍‌‌ ନୁହେଁ।

ମାତ୍ର ଏଭଳି ଏକ ଛୋଟ ଓ ଶସ୍ତା ଇଲେକ୍ଟ୍ରିକ କାର ବଜାରରେ ଲଞ୍ଚ କରାଯାଇଛି, ଯାହାକୁ ଦେଖିବା ପରେ ଆପଣ ଟାଟା ନାନୋକୁ ଭୁଲି ଯିବେ। ଥ୍ରୀ ସିଟର୍‌‌ ବିଶିଷ୍ଟ ଏହି ଛୋଟ କାର୍‌‌ଟି ଦେଖିବାକୁ ମଧ୍ୟ ବେଶ ଆକର୍ଷଣୀୟ। ସବୁଠାରୁ ବଡ କଥା ହେଉଛି ଏହି କାର୍‌‌ର ମୂଲ୍ୟ ବଜାରରେ ବିକ୍ରି ହେଉଥିବା ମଟରସାଇକେଲ ମୂଲ୍ୟ ଠାରୁ ମଧ୍ୟ କମ୍‌‌। ଯେଉଁମାନଙ୍କ ଛୋଟ ପରିବାର କିମ୍ବା ନବ ବିବାହିତ ମାନେ ଏହି କାର୍‌‌ କିଣି ପିକ୍‌‌ନିକ୍‌‌ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇପାରିବେ। ଏହି କାର୍‌‌କୁ ତିଆରି କରିଥିବା କମ୍ପାନୀ ଏହାର ନାମ ୟାକୁଜା କରିଶ୍ମା (yakuza-karishma)ରଖିଛନ୍ତି। ଜାଣନ୍ତୁ ଏହି କାର୍‌‌ ବିଷୟରେ..

- Advertisement -

ୟାକୁଜା କରିଶ୍ମା ଇଲେକ୍ଟ୍ରିକ କାରକୁ ହରିୟାଣାର ସିରସା ସ୍ଥିତ ଇଲେକ୍ଟ୍ରିକ ଯାନ ନିର୍ମାତା କମ୍ପାନୀ ୟାକୁଜା ଇଲେକ୍ଟ୍ରିକ ତିଆରି କରିଛନ୍ତି। ୟାକୁଜା କରିଶ୍ମା କେବଳ ଏହି କମ୍ପାନୀର ନୁହେଁ ବରଂ ଦେଶର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍‌‌ କାର୍‌‌। ଭାରତର ଏକ୍ସ-ଶୋରୁମରେ ଏହି କାର୍‌‌ର ମୂଲ୍ୟ ପ୍ରାୟ ୧.୭୦ ଲକ୍ଷ ରହିଛି। ସବୁଠାରୁ ବଡ କଥା ହେଉଛି କମ୍ପାନୀ ଏହି କାର୍‌‌କୁ ଛୋଟ ପରିବାରଙ୍କ ପାଇଁ ତିଆରି କରିଛି।

ୟାକୁଜା କରିଶ୍ମା ଇଲେକ୍ଟ୍ରିକ କାର ଥ୍ରୀ ସିଟର୍‌‌ ଗାଡି। ଏଥିରେ ପ୍ରାୟ ୩ ଜଣ ଆରାମ୍‌‌ରେ ବସି ଯାତ୍ରା କରିପାରିବେ। କମ୍ପାନୀ ଏହାକୁ ଆକର୍ଷଣୀୟ ଡିଜାଇନ୍‌‌ ଓ ଲୁକ୍‌‌ରେ ତିଆରି କରିଛି। ଏହି ଗାଡିଟି ଦେଖିବାକୁ ଟାଟା ନାନୋରୁ ମଧ୍ୟ ଛୋଟ ଦେଖାଯାଉଛି। ଏହାକୁ ଯେକୌଣସି ଛୋଟ ଜାଗାରେ ଆରାମରେ ପାର୍କିଂ କରିପାରିବେ।

ୟାକୁଜା କରିଶ୍ମା ଇଲେକ୍ଟ୍ରିକ କାରରେ ୬୦ଭି୪୨ଏଏଚ ପାୱାରର ବ୍ୟାଟେରୀ ମିଳିବ। ଥରେ ସମ୍ପୂର୍ଣ୍ଣ ଚାର୍ଜ ହେବା ପରେ ଏହି କାର୍‌‌ ୫୦ ରୁ ୬୦ କିଲୋମିଟରର ମାଇଲେଜ ଦେବ। ଏହି କାର୍‌‌କୁ ୦ ରୁ ୧୦୦ ପ୍ରତିଶତ ଚାର୍ଜ କରିବାକୁ ୬ ରୁ ୭ ଘଣ୍ଟା ଲାଗିବ। ଇଲେକ୍ଟ୍ରିକ କାରକୁ ଚାର୍ଜ କରିବା ପାଇଁ ଟାଇପ ଟୁ ଚାର୍ଜର ମିଳିବ।

ୟାକୁଜା କରିଶ୍ମା ଫିଚର୍ସ :

ୟାକୁଜା କରିଶ୍ମା ୩ ସିଟ୍‌ ବିଶିଷ୍ଟ ଏକ ଇଲେକ୍ଟ୍ରିକ୍‌ କାର୍‌। ଏହାର ଲୁକ୍ ଏବଂ ଡିଜାଇନ୍ ବେଶ୍‌ ଆକର୍ଷଣୀୟ। ଏହି ବୈଦ୍ୟୁତିକ କାର୍‌ରେ LED DRLs, ପ୍ରୋଜେକ୍ଟର ହେଡଲ୍ୟାମ୍ପ, ଏଲଇଡି ଫଗ୍‌ ଲ୍ୟାମ୍ପ, ବ୍ରଡ ଗ୍ରୀଲ, କ୍ରୋମ ଡୋର ହ୍ୟାଣ୍ଡେଲ, କନେକ୍ଟେଡ୍‌ ଏଲଇଡି ଟେଲ ଲ୍ୟାମ୍ପ, ପାୱାର ୱିଣ୍ଡୋ, ବଟଲ୍‌ ହୋଲ୍ଡର୍ସ ଭଳି ଦମ୍‌ଦାର୍‌ ଫିଚର୍‌ ରହିଛି। ଏପରିକି ଏଥିରେ ସନ୍‌ରୁଫ୍‌, ପୁଶ୍‌ ଷ୍ଟାର୍ଟ/ଷ୍ଟପ୍‌ ବଟନ୍‌, ସ୍ପିକର୍ସ, ବ୍ଲୋଅର, ଇନ୍‌ଷ୍ଟ୍ରୁମେଣ୍ଟ ଡିସ୍‌ପ୍ଲେ, ରିଭର୍ସ ପାର୍କିଂ କ୍ୟାମେରା ଆଦି ଫିଚର୍‌ ମଧ୍ୟ ରହିଛି।

ୟାକୁଜା କରିଶ୍ମା ଏକ ଥ୍ରୀ ସିଟର୍‌‌ ଇଲେକ୍ଟ୍ରିକ କାର। ଏହାର ଲୁକ୍‌‌ ଓ ଡିଜାଇନ ଲୋକଙ୍କୁ ନିଜ ଆଡକୁ ବେଶ ଆକର୍ଷୀତ କରୁଛି।ୟାକୁଜା କରିଶ୍ମା ଇଲେକ୍ଟ୍ରିକ କାରକୁ କିଣିବା ପାଇଁ ଏହାର ଏକ୍ସ-ଶୋରୁମ୍‌‌କୁ ଗଲେ ୧.୭୦ ଲକ୍ଷରେ କିଣି ପାରିବେ। ଏହି କାର୍‌‌ର ବୁକିଙ୍ଗ୍‌‌ ୟାକୁଜା ଇଲେକ୍ଟ୍ରିକ୍‌‌ର ଅଫିସିଆଲ୍ ୱେବସାଇଟ୍‌‌କୁ ଯାଇ ବୁକ୍‌‌ କରିପାରିବେ।

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories