mission shakti banner

ମହାନଦୀ ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା: ୩ ଘଣ୍ଟା ପରେ ଉଦ୍ଧାର ହେଲେ ଯାତ୍ରୀ

BSKY banner  750×100

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଳକ ବାହାକୁଦ-ମୂଷାଡିଆ ଫେରିଘାଟରେ ଅଭାବନୀୟ ଘଟଣା ଘଟିଛି। ଦୁଇଟି ଡଙ୍ଗା ମଙ୍ଗଳବାର ସକାଳୁ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବାହାକୁଦ ପଟୁ  ପାରାଦୀପ ଅଭିମୁଖେ ଯାଉଥିଲେ। ହଠାତ୍ ଡଙ୍ଗାର ଇଞ୍ଜିନରେ ତ୍ରୁଟି ଯୋଗୁଁ  ମହାନଦୀ ମଝିରେ ଡଙ୍ଗାଟି ଅଚଳ ହୋଇପଡିଥିଲା। ଫଳରେ ଡଙ୍ଗାରେ ଥିବା ୫୦ରୁ ଅଧିକ ଯାତ୍ରୀ ଫସି ରହିଥିଲେ । ଦୀର୍ଘ ୩ ଘଣ୍ଟାର ଚେଷ୍ଠା ପରେ ସ୍ଥାନୀୟ ଲୋକ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି।

Comments are closed.