www.samajalive.in
Sunday, December 14, 2025
19.1 C
Bhubaneswar

ରୋଗୀ ମୃତ୍ୟୁରୁ ଡାକ୍ତରଙ୍କୁ ନିସ୍ତୁକ ମାଡ

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଈ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଚିକିତ୍ସାରେ ଅବହେଳା ଅଭିଯୋଗ କରି ରୋଗୀଙ୍କ ସମ୍ପର୍କୀୟ ମାନେ ନିସ୍ତୁକ ମାଡ ମାରିଛନ୍ତି। ସୋମବାର ରାତିରେ ବଲାଙ୍ଗୀର ସହର କନ୍ଧପାଲିପଡାର ନିକୁ ବାରିକ ଅସୁସ୍ଥ ହେବାରୁ ପରିବାର ଲୋକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବଂ ଚିକତ୍ସାଧିନ ଅବସ୍ଥାରେ ନିକୁଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଥିଲା। ଏବଂ ଡ୍ୟୁଟିରେ ଥିବା ଡାକ୍ତର ମଦ ପିଇଥିବା ଅଭିଯୋଗ କରି ସମ୍ପର୍କୀୟମାନେ ଡାକ୍ତରଙ୍କୁ ନିସ୍ତୁକ ମାଡ ମାରିଥିଲେ। ହସ୍ପିଟାଲର ସିକ୍ୟୁରିଟିମାନେ ବହୁ କଷ୍ଟରେ ଡାକ୍ତରଙ୍କୁ ଉଦ୍ଧାର କରିଥିଲେ । ଏ ନେଇ ମେଡିକାଲ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories