www.samajalive.in
Monday, December 15, 2025
17.1 C
Bhubaneswar

ସବୁ ଜିଲାରୁ ଭକ୍ତଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ଦର୍ଶନ ବ୍ୟବସ୍ଥା

ଭୁବନେଶ୍ବର: ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଏହି ପ୍ରକଳ୍ପର ସୁନ୍ଦର ଅନୁଭବ ଦେବା ପାଇଁ ରାଜ୍ୟ ସରକାର ସବୁ ଜିଲାରୁ ଭକ୍ତମାନଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ଦର୍ଶନର ବ୍ୟବସ୍ଥା କରିଛନ୍ତି। ଆଜି ପ୍ରଥମ ଦିନରେ ୫ଟି ଜିଲ୍ଲାରୁ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁ ଆସି ପୁରୀରେ ପହଞ୍ଚିଥିଲେ। ଏହି ଜିଲ୍ଲାଗୁଡିକ ହେଲା-ଗଞ୍ଜାମ, ମୟୁରଭଂଜ, ବାଲେଶ୍ବର, କଟକ ଓ କେନ୍ଦ୍ରାପଡା । ଏହିସବୁ ଜିଲାର ୫୦୦ଟି ପଞ୍ଚାୟତ ଓ ୱାର୍ଡରୁ ଭକ୍ତମାନେ ଆସିଥିଲେ।

ସେମାନେ ପ୍ରଥମେ ପୁରୀ ନିକଟସ୍ଥ ସମଙ୍ଗ ଠାରେ ଏକତ୍ରିତ ହୋଇଥିଲେ। ସେଠାରେ ଭି.କେ. ପାଣ୍ଡିଆନ ଶ୍ରଦ୍ଧାଳୁ ମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କର ସୁବିଧା ଅସୁବିଧା ବିଷୟରେ ବୁଝିଥିଲେ। ଓଡିଶାର ରୂପାନ୍ତର ପାଇଁ ତଥା ଜନସାଧାରଣଙ୍କ ସୁଖ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ କିପରି ଗୁରୁତ୍ବ ଦେଉଛନ୍ତି, ସେ ଉପରେ ଶ୍ରୀ ପାଣ୍ଡିଆନ ଆଲୋକପାତ କରିଥିଲେ।

- Advertisement -

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ଅନ୍ୟ ଆଧ୍ୟାତ୍ମିକ କ୍ଷେତ୍ରର ରୂପାନ୍ତର ଏବଂ ଭକ୍ତ ମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥାରେ ଶ୍ରଦ୍ଧାଳୁ ମାନେ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ। ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ଉଚ୍ଚପ୍ରଶଂସା କରିଥିଲେ।

ଭକ୍ତମାନଙ୍କୁ ସମଙ୍ଗଠାରୁ ଏକ ସ୍ବତନ୍ତ୍ର ଫିଡର ବସ୍‌ରେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପାର୍କିଂ ଅଞ୍ଚଳ ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରୁ ମନ୍ଦିର ପର୍ଯ୍ୟନ୍ତ ଯିବାର ବ୍ୟବସ୍ଥା ହୋଇଥିଲା। ମହାପ୍ରଭୁଙ୍କ ଦର୍ଶନ, ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷିଣର ବ୍ୟବସ୍ଥା ସହିତ ସେମାନଙ୍କ ପାଇଁ ମହାପ୍ରସାଦ ବ୍ୟବସ୍ଥା କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories