www.samajalive.in
Sunday, December 14, 2025
19.1 C
Bhubaneswar

” ପ୍ରଭୁପାଦ ତଳେ ପ୍ରଣତି ଢାଳେ “

ସାକ୍ଷୀଗୋପାଳ : ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟର ୪୬ ତମ ବାର୍ଷିକ ଉତ୍ସବ ସାକ୍ଷୀଗୋପାଳ ମନ୍ଦିର ନିକଟରେ ନିକଟରେ  ଅନୁଷ୍ଠିତ ହୋଇଯାଇଛି । ଉତ୍ସଵରେ ଅନୁଷ୍ଠାନର ସଭାପତି  ଦୁର୍ଗାପ୍ରସାଦ ମହାପାତ୍ର ସଭାପତିତ୍ୱରେ କରିଥିଲେ । ମୁଖ୍ୟ ଅତିଥି ଓଡିଶୀ ରିସର୍ଚ୍ଚ ସେଣ୍ଟର ନିର୍ଦ୍ଦେଶକ ଶ୍ରୀକତା ଦାସ ଏବଂ  ଗୁରୁ ସଚ୍ଚିଦାନନ୍ଦ ଦାଶ ମଞ୍ଚରେ   ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ କାର୍ଯ୍ୟକ୍ରମ  ଆରମ୍ଭ ହୋଇଥିଲା।
ଅନୁଷ୍ଠାନର ଗୁରୁ ଅଶୋକ କୁମାର ସାହୁ, ବୈକୁଣ୍ଠ ସେଠି, ପ୍ରସନ୍ନ କୁମାର ବେହେରାଙ୍କ ନିର୍ଦ୍ଦେଶନାରେ  କୁନି କୁନି ପିଲାମାନଙ୍କ ଦ୍ୱାରା ଭଜନ ” ପ୍ରଭୁପାଦ ତଳେ ପ୍ରଣତି ଢାଳେ ” ପରିବେଷଣ କରାଯାଇଥିଲା । ଗୁରୁ ଦୁର୍ଗାପ୍ରସାଦ ମହାପତ୍ର ଓ ବ୍ରଜକିଶୋର ମହାପାତ୍ର ଙ୍କ ନିର୍ଦ୍ଦେଶନା ରେ ଛାତ୍ରୀ ଶୁଭଶ୍ରୀ ପଟ୍ଟନାୟକ ଓ ଲିପିନା ଭୋଇ ମଞ୍ଚ ନିକଟରେଥିବା କାନଭାଷରେ ସୁନ୍ଦର ସୁନ୍ଦର ଦୁଇଟି ଚିତ୍ରକଳା ଅଙ୍କିଥିଲେ ।
ଗୁରୁବନ୍ଦନା, ଦେଶାତ୍ମବୋଧକ ସଙ୍ଗୀତ, ଓଡିଶୀ ସଙ୍ଗୀତ, ‘ଚମ୍ପୁ, ତବଲା ଲହରା, ନୃତ୍ୟ -ଶାନ୍ତାକାରଂ, ସରସ୍ୱତୀ ବନ୍ଦନା, ଭକ୍ତି ରସାତ୍ମକ ନୃତ୍ୟ, ମାତୃ ବନ୍ଦନା, ସମ୍ବଲପୁରୀ ନୃତ୍ୟ ଆଦି ଅନୁଷ୍ଠାନର  ଛାତ୍ରଛାତ୍ରୀ ମାନେ ମଞ୍ଚରେ ନିଖୁଣ ଉପସ୍ଥାପନ କରି  ଦର୍ଶକଙ୍କଙ୍କୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ  ବାନ୍ଧି ରଖିଥିଲେ । ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଲିଙ୍ଗରାଜ ସ୍ୱାଇଁ , ଚିରସ୍ରୋତା ଖୁଣ୍ଟିଆ, ମିରା ଦଶ ।  ବାଦ୍ୟଯନ୍ତ୍ର ରେ ସହଯୋଗ କରିଥିଲେ  ଗୁରୁ ବୈକୁଣ୍ଠ ସେଠି, ପ୍ରସନ କୁମାର ବେହେରା , ମାନସ କୁମାର ଷଡଙ୍ଗୀ । ସମ୍ପାଦକ ବଦ୍ରିନାରାୟଣ ଖୁଣ୍ଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ମଞ୍ଚ ପରିଚାଳନା କରିଥିଲେ ଆଇନଜୀବୀ  ଅଞ୍ଜନ କୁମାର ହୋତା ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories