www.samajalive.in
Saturday, December 6, 2025
16.1 C
Bhubaneswar

ନୂଆସାହି କ୍ରିକେଟ ପ୍ରିମିୟର ଲିଗ୍ ଉଦଯାପିତ, ନୂଆପାଟଣା ଟିମ୍ ୬୦ରନ୍ କରି ବିଜୟୀ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ ଅନ୍ତର୍ଗତ ନୂଆ ସାହିରେ ୩ଦିନିଆ କ୍ରିକେଟ ଟୁର୍ଣ୍ଣମେଣ୍ଟ ରବିବାର ଉଦଯାପିତ ହୋଇ ଯାଇଛି । ନୂଆସାହି କ୍ରିକେଟ ଆସୋସିଏସନ୍ ଆନୁକୁଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଟିମ୍ ଯୋଗ ଦେଇଥିଲେ । ପିସିସି ନୂଆପାଟଣା ଓ ଟାଙ୍ଗୀର ତେରୁଅାଁ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ତେରୁଆଁ ପ୍ରଥମ ବ୍ୟାଟିଂକରି ନିଦ୍ଧାରିତ ୫ଓଭରରେ ୫୯ରନ୍ ସଂଗ୍ରହ କରିଥିବାବେଳେ ଜବାବରେ ନୂଆପାଟଣା ଟିମ୍ ୬୦ରନ୍ କରି ବିଜୟୀ ହୋଇଥିଲା ।

ସ୍ଥାନୀୟ କାଉନ୍ସିଲର ଆଶୁତୋଷ ଦାସ ଟୁର୍ଣ୍ଣମେଣ୍ଟକୁ ଉଦଘାଟନ କରିଥିବାବେଳେ ଉଦଯାପନୀ ଉତ୍ସବରେ ବିଧାୟକ ସୌଭିକ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ଚମ୍ପିୟନ ଦଳକୁ ନଗଦ ୧୦ହଜାର ଟଙ୍କା ଓ ଟ୍ରଫି ଏବଂ ରନର୍ସଅପ ଦଳକୁ ନଗଦ ୭ହଜାରଟଙ୍କା ଓ ରନର୍ସ କର୍ପ ପ୍ରଦାନ କରିଥିଲେ ।

- Advertisement -

ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ବିଜେଡ଼ି ନଗର ସଭାପତି ବିଷ୍ଣୁ ଚରଣ ପରିଡ଼ା, କାର୍ଯ୍ୟକାରୀ ସଭାପତି ବିମଳ କୁମାର ବେଉରା, ମହିଳା ସଭାନେତ୍ରୀ କବିତାରାଣୀ ଲେଙ୍କା ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗଦେଇଥିଲେ । ସଂଗଠନର ସଭାପତି ଦାନିଏଲ ପାଢ଼ୀ,ରଜତ ପଣ୍ଡା, ଅଜୟ ଶର୍ମା, କାନ୍ତିଲାଲ ମିଶ୍ର, ସୌମ୍ୟ ରଞ୍ଜନ ପ୍ରଧାନ, ଆକାଶ ବାରିକ, ସୁଭ୍ରାଂଶୁ ସୁତାର, ଦିପ୍ତି ରଞ୍ଜନ ବେଉରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories