www.samajalive.in
Sunday, December 7, 2025
26.1 C
Bhubaneswar

ସେପଟେ ଇସ୍ତଫା, ଏପଟେ ପୋଷ୍ଟର: ନୀତିଶ ସମସ୍ତଙ୍କର…

ପାଟଣା : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇସ୍ତପା ଦେଇଛନ୍ତି । ଏବେଠୁ ସେ ବିଜେପି ସହ ମିଶି ସରକାର ଗଠନ କରିବେ । ନୀତିଶ କୁମାର ମହାମେଣ୍ଟରୁ ଅଲଗା ହେବା ପରେ ରାଜଧାନୀ ପାଟଣାରେ ପିଏମ୍ ମୋଦିଙ୍କ ସହ ନୀତିଶଙ୍କ ଫଟୋ ଥିବା ପୋଷ୍ଟର ଲାଗିସାରିଛି । ପୋଷ୍ଟରରେ ନୀତିଶ ସମସ୍ତଙ୍କର ବୋଲି ଉଲ୍ଲେଖ ରହିବା ସହ ଶୁଭେଚ୍ଛା ଜଣାଯାଇଛି । କହିରଖୁଛୁ ନୀତିଶ କୁମାର ଆଜି ରାଜଭବନରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ସାକ୍ଷାତ କରି ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ନୀତିଶ ଏବେ ବିଜେପି ସହ ମିଶି ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତ ହେବେ । ଏ ସମ୍ପର୍କରେ ବିହାର ରାଜଭବନର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ ସେୟାର କରି କୁହାଯାଇଛି କି ବିହାରର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ସ୍ବୀକାର କରିନେଇଛନ୍ତି । ଏହା ସହିତ ବିକଳ୍ପ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ସେ କାର୍ଯ୍ୟବାହୀ ମୁଖ୍ୟମନ୍ତ୍ରୀ ରୂପେ କାର୍ଯ୍ୟ କରିବାକୁ କହିଛନ୍ତି ।

- Advertisement -

ରବିବାର ସକାଳେ ଜନତା ଦଳର ବିଧାୟକ ବୈଠକ ବସିଥିଲା । ବୈଠକ ସମୟରେ ନୀତିଶ କୁମାର ବିଧାୟକଙ୍କୁ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ଦେଇଥିଲେ ଏବଂ ରାଜଭବନ ଅଭିମୁଖେ ବାହାରି ଯାଇଥିଲେ । ଅନ୍ୟପଟେ ବିଜେପି ବିଧାୟକଙ୍କ ବୈଠକ ଜାରି ରହିଛି ଏବଂ ଏହା ପରେ ବିଜେପି ବିଧାୟକ ଏକାଠି ହୋଇ ନୀତିଶ କୁମାରଙ୍କ ବାସଭବନରେ ପହଞ୍ଚିଛନ୍ତି । କହିରଖୁଛୁ ୨୦୧୭ରେ ମଧ୍ୟ ଠିକ୍ ଏମିତି ଘଟିଥିଲା । ନୀତିଶ ନିଜ ପାର୍ଟିର ବିଧାନମଣ୍ଡଳ ସମିତି ସହିତ ଏକ ବୈଠକ ଡକାଇଥିଲେ । ଏହା ପରେ ସେ ରାଜଭବନରେ ପହଞ୍ଚି ଇସ୍ତଫା ଦେଇଥିଲେ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories