ନୂଆଦିଲ୍ଲୀ : ବିହାର ରାଜନୀତିରେ ହେବ ବଡଧରଣର ହଲଚଲ । ରବିବାର ଇସ୍ତଫା ଦେଇ ବିଜେପି ସମର୍ଥନରେ ସରକାର ଗଢିପାରନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ରବିବାର ଅପରାହ୍ନ ୪ଟା ରେ ନୀତିଶ କୁମାର ନବମଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇପାରନ୍ତି। ସକାଳ ୯ଟାରେ ବିଜେପି ବିଧାୟକ ମାନଙ୍କର ବୈଠକ ଡାକାଯାଇଛି। ଏବଂ ସକାଳ ୧୦ଟାରେ ଜେଡିୟୁ ବିଧାୟକ ମାନଙ୍କର ବୈଠକ ଅନୁଷ୍ଠିତ ହେବ । ଏହାପରେ ଦିନ ୧୨ଟା ରେ ନୀତିଶ କୁମାର ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେବେ । ଏହାସହ ଏନଡିଏ ବିଧାୟକ ମାନଙ୍କର ସମର୍ଥନ ଥିବା ଚିଠି ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରିବେ। ରବିବାର ସତ୍ତ୍ବେ ଆଜି ବିହାର ସଚିବାଳୟରେ ଛୁଟି ରଦ୍ଦ କରାଯାଇଛି। ସେପଟେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆରଜେଡି ଏବଂ କଂଗ୍ରେସର ମାନସ ମନ୍ଥନ ଚାଲିଛି। ଶନିବାର ଚିରାଗ ପାଶୱାନ୍ ନୂଆଦିଲ୍ଲୀ ଯାଇ ବିଜେପିର ତୁଙ୍ଗ ନେତାଙ୍କୁ ଭେଟିଥିଲେ । କେନ୍ଦ୍ରଅ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବାସଭବନ ଯାଇ ତାଙ୍କୁ ସାକ୍ଷାତ କରିଥିଲେ । ଏହି ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସେଠାରେ ଉପସ୍ଥିତ ରହିଥିଲେ।
ବିହାର ରାଜନୀତିରେ ହେବ ବଡଧରଣର ହଲଚଲ: ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Popular Categories



