www.samajalive.in
Wednesday, December 10, 2025
16.1 C
Bhubaneswar

ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ରଥ ପଡିଆ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ବିଡ଼ିଓ ରାଜୀବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଅମ୍ବ୍ରିତା କାଡ୍ରାକା ଯୋଗଦେଇଥିଲେ । ବ୍ଲକ ଉପାଧ୍ୟକ୍ଷ  ଡମ୍ବରୁ କଞ୍ଜ।କା, କ ଜୋନର ଜିଲାପରିଷଦ ସଦସ୍ୟ ବି ୱାରା ପ୍ରସାଦ ରାଓ, ଖ ଜୋନର ଜିଲାପରିଷଦ ସଦସ୍ୟ ବି ମାଧବ ରାଓ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ  ବିଜୟ କୁମାର ସେଠୀ, ଜିଲା କଳା ଓ ସଂସ୍କୃତି ବିଭାଗ ର ଉପସଭାପତି ସନ୍ତୋଷ କୁମାର ବଚ୍ଛ।,ସମିତି ସଭ୍ୟା ମିନାକା ପଦ୍ମା ସମ୍ମାନୀୟ ଅତିଥି ଭାବେ ମଞ୍ଚାସିନ ରହିଥିଲେ ।
ଆମ ଓଡ଼ିଶା ନବୀନ ଓଡିଶା ୧୩ଟି ପ୍ରକଳ୍ପ ପାଇଁ ୫୦ଲକ୍ଷ ଟଙ୍କା, ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୫୮୪ ପରିବାରକୁ ଅନ୍ତର୍ଭୁକ୍ତ କରିଥିବା ବେଳେ ୫ ହିତାଧିକାରୀ ଉପକୃତ, ମୁଖ୍ୟ ମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ରେ ୬ଟି ପ୍ରକଳ୍ପ ପାଇଁ୪୨ଲକ୍ଷ ଟଙ୍କା , ୭୮ପରିବାରକୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ,୫୯୯ଜଣ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା, ୭୩ଟି ମିଶନ ଶକ୍ତି ଗୋଷ୍ଠୀକୁ ମୋଟ୨୩୩ ଲକ୍ଷ ଟଙ୍କାର ବିନା ସୁଧରେ ମିଶନ ଶକ୍ତି ସହାୟତାରେ ଋଣ ପ୍ରଦାନ, ୧୫୮୪ ପରିବାରକୁ ରେସନ କାର୍ଡ, ୧୯୦ଗର୍ଭବତୀଙ୍କୁ ମମତା ଯୋଜନାରେ ସହାୟତା, ଆମ ବ୍ୟାଙ୍କ, ଲକ୍ଷ୍ମୀ ବସ ଯୋଜନା,୫ଟି ରେ ୩୯ଲକ୍ଷ ଟଙ୍କା ବିନିମୟରେ ଓଡିଶା ଆଦର୍ଶ ବିଦ୍ୟାଳୟର ରୂପାନ୍ତରିକରଣ,  ସହାୟକଗୋଷ୍ଠୀ ଦ୍ୱାରା ବାଉଁଶ ହସ୍ତଶିଳ୍ପ,କୁକୁଡ଼ା ଓ ଛେଳି ଚାଷ, ଆଦର୍ଶ ଅଙ୍ଗନବାଡି କେନ୍ଦ୍ର, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡ୍ରନ ମାଧ୍ୟମରେ ଔଷଧ ବଣ୍ଟନ,  ସୌର ଚାଳିତ ରାସ୍ତା ଆଲୋକୀକରଣ ଓ ପାନୀୟ ଜଳ ଯୋଗାଣ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତାରେ ମନ୍ଦିର ଉନ୍ନତି କରଣ,ବସୁଧା ଯୋଜନା, ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଅଜୈବିକ ପୃଥକୀକରଣ କେନ୍ଦ୍ର ଓ ଆମ ବସ ଷ୍ଟପ, ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ସଡକ ଯୋଜନା ବିଷୟରେ କହିବା ସହିତ ଭିଡିଓ ମାଧ୍ୟମରେ ପ୍ରଦର୍ଶନୀ କରିଥିଲେ ।
ଏଥିରେ ୭ଟି ବିଭାଗ ପକ୍ଷରୁ ଷ୍ଟଲ କରାଯାଇଥିଲା । ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ପଞ୍ଚାୟତ ଅଧିକାରୀ ଗଗନବିହାରୀ ପାଲକା ସମେତ ବ୍ଲକ ଓ ପଞ୍ଚାୟତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।  ବୀରେନ୍ଦ୍ର କୌଶଲ୍ୟା ମଞ୍ଚ ପରିଚାଳନା କରିଥିଲେ । ଏଥିରେ ବହୁ ସଂଖ୍ୟାରେ ମହିଳା ପୁରୁଷ ଉପସ୍ଥିତ ରହିଥିଲେ ।

Hot this week

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories