www.samajalive.in
Friday, December 12, 2025
14.1 C
Bhubaneswar

ଧାମରା ଆଦାନୀ ପୋର୍ଟ ବିରୋଧରେ ନଵ ନିର୍ମାଣ କୃଷକ ସଂଗଠନର ଚେତାବନୀ ସମାବେଶ 

ଧାମରା : ଭଦ୍ରକ ଧାମରା ପୋର୍ଟ ନିକଟସ୍ଥ ଏକ ପଡ଼ିଆରେ ନବ ନିର୍ମାଣ କୃଷକ ସଂଗଠନରେ ସମାବେଶ ଆୟୋଜନ ହୋଇଥିଲା। ସୂଚନା ଅଧିକାର ସଂଯୋଜକ ପ୍ରଦୀପ ପ୍ରଧାନ, ନବ ନିର୍ମାଣ ସଂଗଠନର ଭଦ୍ରକ ଜିଲା ସଂଯୋଜକ ସତ୍ୟ ନାୟକ, ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ପ୍ରମୁଖ ସଭାରେ ଉପସ୍ଥିତ ଥିଲେ। ନବ ନିର୍ମାଣ କୃଷକ ସଂଗଠନ ଭଦ୍ରକ ଗାନ୍ଧୀ ପଡ଼ିଆରୁ ଧାମରା ପୋର୍ଟ ଯାଏଁ ଦୀର୍ଘ ୪ ଦିନ ପଦଯାତ୍ରା ପରେ ଧାମରା ପୋର୍ଟ ନିକଟସ୍ଥ ଏକ ପଡିଆରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚେତାବନୀ ସମାବେଶ କରାଯାଇଛି। ହାଡ଼ଭଙ୍ଗା ଶୀତ ସହିତ ଲଘୁ ଚାପ ବର୍ଷାରେ ଭଦ୍ରକ -ଚାନ୍ଦଵାଲି ରାଜ୍ୟ ରାଜପଥରେ ପଦଯାତ୍ରାରେ ଶତାଧିକ ନିର୍ମାଣ ସଂଗଠନର କର୍ମଚାରୀ ଯୋଗ ଦେଇଥିଲେ।

ଆଦାନୀ ପୋର୍ଟରେ ସ୍ଥାନୀୟ ବେକାରୀ ଛାତ୍ର ଛାତ୍ରୀଙ୍କୁ ଚାକିରି, ଚାଷ ଜମିରେ ଜଳସେଚନ ସୁବିଧା, ପ୍ରତ୍ୟେକ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ ଆଦି ସମସ୍ୟା ନେଇ ଦାବି କରିଛନ୍ତି ସଂଗଠନର କର୍ମକର୍ତ୍ତା । ନବ ନିର୍ମାଣ ସଂଗଠନର କର୍ମକର୍ତ୍ତା ନେତାଜୀ ଜୟନ୍ତୀରୁ ସାଧାରଣତନ୍ତ୍ର ଦିବସ ଯାଏଁ ପଦଯାତ୍ରାକୁ ସାଫଲ୍ଯ କରିଛନ୍ତି।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories