‘ନୂଆ ଓ’ ଓଡିଆ ଭାଷା ସାହିତ୍ୟ ପ୍ରତିଯୋଗିତା

ଗୁରୁଡ଼ିଝାଟିଆ: ବାଳି ସ୍ଥିିତ ଶ୍ରୀଶ୍ରୀ ଧବଳେଶ୍ୱର ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ପକ୍ଷରୁ ନୂଆ ଓ ଓଡିଆ ଭାଷା ସାହିତ୍ୟ ବିଭାଗର ବିଭିନ୍ନ ପ୍ରତିଯୋଗିତା ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏସଭିଏମ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଅଭିରାମ ଶତପଥି ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଓଡିଆ ଜନଜୀବନ ସହିତ ହୃତପୂତ ଭାବରେ ଜଡିତ, ନାରୀ ସଶକ୍ତକରଣ ଉତ୍ତମ ମଣିଷ ହେବାର ସମସ୍ତ ବ୍ୟବସ୍ଥା ଜଗନ୍ନାଥ ସଂସ୍କୃତିରେ ଅନ୍ତର୍ନିହିତ ଅଛି ବୋଲି କହିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ପ୍ରାଧ୍ୟାପକ ପ୍ରଦୀପ୍ତ କୁମାର ସାହୁ, ଡଃ ଦେବେନ୍ଦ୍ର ନାଥ ଦାଶ, ଡଃ ରଶ୍ମୀରଞ୍ଜନ ମହାପାତ୍ର, ଅଧ୍ୟାପିକା ସୁନନ୍ଦା ସାହୁ ପ୍ରମୁଖ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଓଡିଆଙ୍କ ପରିଚୟ ବୋଲି କହିଥିଲେ।

Comments are closed.