ବୌଦ୍ଧରେ ୭୫ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
ବୌଦ୍ଧ: ବୌଦ୍ଧରେ ୭୫ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସହରର ଷ୍ଟାଡିୟମ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜିଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ। ଜିଲାପାଳ ଶ୍ରୀ ସ୍ୱାଇଁ ଯୁବ ଓ ଛାତ୍ର ସମାଜ ହେଉଛନ୍ତି ଭବିଷ୍ୟତର ମେରୁଦଣ୍ଡ ବୋଲି କହିବା ସହ ଭଲ ପାଠ ପଢି ଭଲ ମଣିଷ ହେବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଜିଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଯୋଗଦେଇ ପ୍ୟରେଡରେ ମଧ୍ୟ ଅଭିବାଦନ ଗ୍ରହଣ କରିଥିେଲେ। ଏହି ଜାତୀୟ ଉତ୍ସବ ଅବସରରେ ଆଇଆରବି ୫ମ ବାଟାଲିୟନ, ଜିଲା ପୋଲିସ ଓ ଗୃହରକ୍ଷୀ ବାହିନୀଙ୍କ ସମତେ ବିଭିନ୍ନ ଅନୁ୍ଷ୍ଠାନ ଗୁଡିକ ଅଂଶଗ୍ରହଣ କରି ଜାତୀୟ ପତାକାକୁ ଅଭିବାଦନ ଜଣାଇଥିଲେ। ପ୍ୟାରେଡରେ ୩୮ଟି ଦଳ ଭାଗ ନେଇଥିଲେ। ରିଜର୍ଭ ଇନିସପେକ୍ଟର କୁଳମଣୀ ଗିରି ଆୟୋଜିତ ପ୍ୟାରେଡ଼ର ନେତୃତ୍ୱ ନେଇଥିବା ବେଳେ ଦୁଷ୍ମନ୍ତ ସାହୁ ସହଯୋଗ କରିଥିଲେ। ପ୍ରତ୍ୟୁଷରେ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହରରେ ରାମଧୂନ ପ୍ରଚାର କରାଯିବାପରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟପତାକା ଉୋଳନ କରାଯାଇଥିଲା। ଜିଲା ଓକିଲ ସଂଘ ପରିସରରେ ବରିଷ୍ଠ ଆଇନଜୀବୀ ସୁଧିର କୁମାର କର୍ଣ୍ଣ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥିଙ୍କ ଦ୍ୱାରା ସହରର ବିଭିନ୍ନ ଛକରେ ସ୍ଥାପିତ ମହାତ୍ମା ଗାନ୍ଧୀ, ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ, ବାବା ସାହେବ ଆମ୍ବେଦକର, ଗଙ୍ଗାଧର ମେହେର, ବିଜୁ ପଟ୍ଟନାୟକ ଓ ନଟବର ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ଅତିରିକ୍ତ ଜିଲାପାଳ ଦାରିଦ୍ର୍ୟ ଭଞନ ମଦନ ମୋହନ ପାତ୍ର, ଉପଜିଲାପାଳ ରବିନ୍ଦ୍ରନାଥ କହଁର, ଏନଏସି ଅଧ୍ୟକ୍ଷ ମୃତ୍ୟୁଞୟ ମିଶ୍ରଙ୍କ ସମତେ ଜିଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ଉତ୍ସବର ସମସ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାରପ୍ରାରପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ଓ ବିଭାଗୀୟ କର୍ମଚାରୀମାନେ ସହଯୋଗ କରିଥିଲେ।
Comments are closed.