www.samajalive.in
Monday, December 15, 2025
27.1 C
Bhubaneswar

ଠିକ୍‌ ଚାଲିଛି ତ ମହାମେଣ୍ଟ ସରକାର: ୧୫ମିନିଟ ଚାଲିଲା କ୍ୟାବିନେଟ ବୈଠକ

ପାଟଣା: ବିହାର ମହାମେଣ୍ଟ ସରକାରରେ ସବୁକିଛି ଠିକ ଅଛି ତ? ମୁଖ୍ୟମନ୍ତ୍ରୀ ନୀତୀଶ କୁମାର-ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ନାହିଁ କି?  ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଠିଛି । କାରଣ ଗୁରୁବାର ଦିନ କ୍ୟାବିନେଟ ବୈକରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ନୀତୀଶ ସରକାରଙ୍କ କ୍ୟାବିନେଟ ବୈଠକ ମାତ୍ର ୧୫ ମିନିଟରେ ଶେଷ ହୋଇଥିଲା । ପରିସ୍ଥିତି ଏପରି ହେଲା ଯେ ବୈଠକ ଏତେ ଶୀଘ୍ର ସମାପ୍ତ ହେଲା ଯେ ମନ୍ତ୍ରୀ ଓ ଅଧିକାରୀମାନେ ସେମାନଙ୍କର ଜଳଖିଆ ମଧ୍ୟ ଶେଷ କରିପାରିଲେ ନାହିଁ ।

ସାଧାରଣତଃ କ୍ୟାବିନେଟ ବୈଠକ ସମାପ୍ତ ହେବା ପରେ ଗଣମାଧ୍ୟମ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥାଏ, କିନ୍ତୁ ଗୁରୁବାର ଦିନ ଏହିପରି କିଛି ଘଟି ନଥିଲା । ବୈଠକ ପରେ ନୀତିଶ ସରକାରଙ୍କ ବହୁ ମନ୍ତ୍ରୀ ଗମ୍ଭୀରତାର ସହିତ ବାହାରକୁ ଆସିଥିଲେ । ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲିଫ୍ଟ ଯୋଗେ ଆସିଥିବାବେଳେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସଚିବାଳୟ ସିଡ଼ିରୁ ଓହ୍ଲାଇଥିଲେ । ନେତାଙ୍କ ଚାଲିଚଳଣି ଓ ଭାଷାକୁ ଦେଖି ବୈଠକରେ ପରିସ୍ଥିତି କ’ଣ ହୋଇଥôବ ଅନୁମାନ କରାଯାଇପାରେ ।
ଏହି ବୈଠକରେେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଲିଫ୍ଟ ପାଖରେ ସିଏମ ନୀତିଶ କୁମାରଙ୍କୁ ଅପେକ୍ଷା କରିଥିବାବେଳେ ମନ୍ତ୍ରୀ ଅଶୋକ ଚୌଧୁରୀ ମଧ୍ୟ ତାଙ୍କ ସହ ଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁହିଁଙ୍କୁ ଅଭିବାଦନ ଜଣାଇ କିଛି ନକହି ଆଗକୁ ବଢିଥିଲେ । ତେବେ ବୈଠକରେ ତିନୋଟି ଏଜେଣ୍ଡା ଅନୁମୋଦନ କରାଯାଇଥିଲା ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories