www.samajalive.in
Sunday, December 7, 2025
26.1 C
Bhubaneswar

ଡାକ୍ତରଖାନା କୋଠାରେ ନିଆଁ ; ନର୍ସଙ୍କ ପାଇଁ ବର୍ତ୍ତିଲେ ରୋଗୀ

ଭବାନୀପାଟଣା : ସ୍ଥାନୀୟ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ତଥା ରେଣ୍ଡୋ ମାଝି ମେଡିକାଲ୍ କଲେଜ ଅଧୀନରେ ଥିବା ଏମସିଏଚ କୋଠାରେ ସୋମବାର ରାତିରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି। ତେବେ ରୋଗୀଙ୍କ କିଛି କ୍ଷତି ହୋଇନଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ ରାତି ପ୍ରାୟ ୧୨.୩୦ ବେଳକୁ ଏମସିଏଚ ବିଲ୍ଡିଙ୍ଗର ଚତୁର୍ଥ ମହଲାରେ ଥିବା ଶିଶୁ ୱାର୍ଡରେ ନିଆଁ ଲାଗିଥିଲା। ନିଆଁ ଏବଂ ଧୂଆଁ ଦେଖି କିଛି ସମୟ ପାଇଁ ରୋଗୀ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ତେବେ ଡାକ୍ତରଖାନା ସ୍ବାସ୍ଥ୍ୟକର୍ମୀଙ୍କ ସହ ମିଶି ସମ୍ପର୍କୀୟ ମାନେ ବିଲ୍ଡିଙ୍ଗର ସମସ୍ତ ମହଲାର ରୋଗୀଙ୍କୁ ତଳକୁ ଆଣିଥିଲେ। ଖବର ପାଇ ଦୁଇଟି ଅଗ୍ନିଶମ ବାହିନୀ ଆସି ଡାକ୍ତରଖାନାରେ ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥା ମାଧ୍ୟମରେ ନିଆଁକୁ ଆୟତ୍ତ କରିଥିଲେ। ପରେ କୋଠା ପରିସରକୁ ଧୁଆଁ ମୁକ୍ତ କରାଯାଇଥିଲା।
ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଉପସ୍ଥିତିରେ ସମସ୍ତ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ବିଳମ୍ୱିତ ରାତି ଯାଏଁ ରୋଗୀଙ୍କୁ ଉପଯୁକ୍ତ ଥଇଥାନ କରିଥିଲେ। ଚକ୍ଷୁ ୱାର୍ଡରେ ୨୨ ଜଣଙ୍କ ସମେତ ଅସ୍ଥିଶଲ୍ୟ ଏବଂ ଅନ୍ୟାନ୍ୟ ୱାର୍ଡରେ ରୋଗୀଙ୍କୁ ଭର୍ତ୍ତି କରି ଚିକିତ୍ସା ଯୋଗାଇ ଦିଆଯାଉଛି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦ୍ଵାରା କ୍ଷୟକ୍ଷତିର ଆକଳନ ଚାଲିଛି। ତେବେ ରୋଗୀଙ୍କ ତଥ୍ୟ ସମ୍ପର୍କିତ କାଗଜପତ୍ର ଆଦି ପୋଡିଥିବା ଏବଂ ପାଣିରେ ନଷ୍ଟ ହୋଇଥିବା ଏବଂ କିଛି ବୈଦ୍ୟୁତିକ ସରଞ୍ଜାମ ପୋଡ଼ି ନଷ୍ଟ ହୋଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି। ଚତୁର୍ଥ ମହଲାରେ ଥିବା ଡ୍ୟୁଟି ରୁମରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅଗ୍ନିଶମ ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକଙ୍କ ଠାରୁ ଜଣା ପଡ଼ିଛି।
ରାତି ପ୍ରାୟ ୧୨.୩୦ ବେଳକୁ ଏମସିଏଚ ବିଲ୍ଡିଙ୍ଗର ଚତୁର୍ଥ ମହଲାରେ ଥିବା ଶିଶୁ ୱାର୍ଡର ବେଲ ବାଜିଥିଲା। ଦାୟିତ୍ୱରେ ଥିବା ନର୍ସ ରୋଗୀ ସମ୍ପର୍କୀୟ ମାନଙ୍କୁ କିଏ ବେଲ ବଜାଇଲା ପଚାରିଥିଲେ। ହେଲେ ସମସ୍ତେ ମନା କରିବାରୁ ସମସ୍ୟା ସୃଷ୍ଟି ହେଲା। ତେବେ ନର୍ସ ଜଣକ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ଆଲାରାମ ବୋଲି ଜାଣି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ରୋଗୀଙ୍କ ଫାଇଲ ଗୁଡ଼ିକ ଗୋଟାଇଥିଲେ ନର୍ସ ସୁଷମା ଦେଇ, ଶୁଭଶ୍ରୀ ସାହୁ ଏବଂ ଆଟେଣ୍ଡାଣ୍ଟ ଲକ୍ଷ୍ମୀ ନାଏକ। ନିଆଁ ସହିତ ଧୂଆଁ ଦେଖି ରୋଗୀଙ୍କୁ ସମ୍ପର୍କୀୟ ଏବଂ ସ୍ବାସ୍ଥ୍ୟ କର୍ମୀ, ସୁରକ୍ଷା କର୍ମୀ ମାନେ ପାହାଚ ବାଟେ ତଳକୁ ନେଇଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories