ପାଣି ଓ ରାସ୍ତା ସମସ୍ୟା ସମାଧାନ ଦାବିରେ ରାସ୍ତାରୋକ

ମୟୁରଭଞ୍ଜ: ପାଣି ଏବଂ ରାସ୍ତା ସମସ୍ୟା ସମାଧାନ ଦାବିରେ ରାସ୍ତାରୋକ କରାଯାଇଛି। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ମୁଖ୍ୟ ରାସ୍ତାରେ ଶତାଧିକ ଲୋକ ଗରା ବାଲଟି ଧରି ଆନ୍ଦୋଳନ କରିଛନ୍ତି। କପ୍ତିପଦା ବ୍ଳକ ଲାବଣ୍ୟଦେଇପୁର ପଞ୍ଚାୟତରେ ୧ ନଂ ୱାର୍ଡରେ ଥିବା ୨୫ ପରିବାର ପିଇବା ପାଣି ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏଭଳିକି ଗାଁକୁ ଭଲ ରାସ୍ତାଟିଏ  ନଥିବା ଆନ୍ଦୋଳନକାରୀ ମାନେ ଅଭିଯୋଗ କରିଛନ୍ତି। ଏ ନେଇ ଗ୍ରାମବାସୀମାନେ ବିଡିଓ ଏବଂ ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ବି ସମାଧାନ ନହେବାରୁ ଗ୍ରାମବାସୀମାନେ ଏହି ପନ୍ଥା ଆପଣାଇଛନ୍ତି। ଫଳରେ କପ୍ତିପଦାକୁ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତାରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି।

Comments are closed.