www.samajalive.in
Saturday, December 6, 2025
17.1 C
Bhubaneswar

ମନ୍ଦିରକୁ ଯିବାକୁ କାହିଁକି ଅନୁମତି ଦେଉନାହଁ- ଆସାମରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

ଆସାମ: ଭାରତ ଯୋଡୋ ନ୍ୟାୟ ଯାତ୍ରା କ୍ରମରେ ଆସାମରେ ଚାଲିଛି ରାହୁଲ ଗାନ୍ଧୀଙ୍କ ପଦଯାତ୍ରା । ଏଭଳି ପରିସ୍ଥିତିରେ ଯେତେବେଳେ ରାହୁଲ ଗାନ୍ଧୀ ବୋର୍ଦ୍ଦୋବା ପୁଲିସ ଷ୍ଟେସନକୁ ଯାଇଥିଲେ ସେତେବେଳେ ତାଙ୍କୁ ବାହାରେ ଅଟକାଇ ଦିଆଯାଇଥିଲା। ଆସାମ ନଗାଁଓ ଶ୍ରୀଶ୍ରୀ ଶଙ୍କର ଦେବ ସତ୍ର ମନ୍ଦିରରେ ରାହୁଲ ଗାନ୍ଧୀ ପୂଜାର୍ଚ୍ଚନା କରିବାକୁ ଯାଉଥିବାବେଳେ ତାଙ୍କୁ ଅଟକା ଯାଇଥିଲା । ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରତିଷ୍ଠା କାର‌୍ୟ୍ୟକ୍ରମ ଶେଷ ପରେ ଅପରାହ୍ନ ୩ଟା ବେଳକୁ ତାଙ୍କୁ ମନ୍ଦିରକୁ ଯିବାକୁ ଅନୁମତି ମିଳିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ଏଥିରେ କ୍ଷୋଭ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ । ସେ କେବଳ ପୂଜା କରିବାକୁ ଚାହାଁନ୍ତି ତଥାପି ତାଙ୍କୁ ମନ୍ଦିରକୁ କାହିଁକୁ ପ୍ରବେଶ କରିବାକୁ ଦିଆଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ।

ଆସାମର ନଗାଓଁରେ ଥିବା ମନ୍ଦିର ପରିଦର୍ଶନରୁ ନିବୃତ୍ତ ହୋଇ ନିଜର ଅସନ୍ତୋଷ ବ୍ୟକ୍ତ କରି ରାହୁଲ ଗାନ୍ଧୀ ଅଧିକାରୀମାନଙ୍କୁ ପଚାରିଛନ୍ତି, ‘ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ନିଷ୍ପତ୍ତି ନେବେ କିଏ ମନ୍ଦିରକୁ ଯିବେ? ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ଆମେ କୌଣସି ସମସ୍ୟା ସୃଷ୍ଟି କରିବାକୁ ଚାହୁଁନାହୁଁ, କେବଳ ମନ୍ଦିରରେ ପୂଜା କରିବାକୁ ଚାହୁଁଛୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories