www.samajalive.in
Friday, December 5, 2025
20.1 C
Bhubaneswar

ବୋମା ବିସ୍ଫୋରଣରେ ରାମ ମନ୍ଦିରକୁ ଉଡାଇଦେବାକୁ ଧମକ ଦେଇ ଯୁବକ ଗିରଫ

ପାଟଣା : ବୋମା ବିସ୍ଫୋରଣ କରି ଅଯୋଧ୍ୟାରେ ତିଆରି ହୋଇଥିବା ଭବ୍ୟ ରାମ ମନ୍ଦିରକୁ ଉଡାଇଦେବି। ମୁଁ ଅଣ୍ଡରୱାଲ୍ଡ ଡନ୍‌‌ ଦାଉଦ ଇବ୍ରାହିମର ସହଯୋଗୀ ବୋଲି ଜଣେ ଯୁବକ ପୁଲିସକୁ ଫୋନ୍‌‌ କରି ଏହି ଧମକ ଦେଇଥିବା ଘଟଣା ସାମ୍ନାକୁ ଆସିଛି। ପୁଲିସ ଉକ୍ତ ଯୁବକକୁ ଗିରଫ କରି ସାରିଛି।
ସୂଚନା ଯୋଗ୍ୟ, ବିହାରର ଅରରିଆ ଜିଲାର ଜଣେ ୨୧ ବର୍ଷୀୟ ଯୁବକ ପୁଲିସଙ୍କୁ ଫୋନ୍‌‌ କରି ଅଯୋଧ୍ୟାରେ ତିଆରି ହୋଇଥିବା ଭବ୍ୟ ରାମ ମନ୍ଦିରକୁ ବୋମା ବିସ୍ଫୋରଣରେ ଉଡାଇଦେବାକୁ ଧମକ ଦେଇଛି। ପୁଲିସ ଉକ୍ତ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ନାମ ଇନ୍ତେଖାବ ଆଲମ। ସେ ମାନସିକ ରୂପରେ ଅସୁସ୍ଥ ବୋଲି ଜଣାପଡିଛି। ଯୁବକ ଜଣକ ଧମକ ଦେବା ସମୟରେ ନିଜକୁ ଅଣ୍ଡରୱାଲ୍ଡ ଡନ୍‌‌ ଦାଉଦ ଇବ୍ରାହିମର ସହଯୋଗୀ ବୋଲି ନିଜ ପରିଚୟ ଦେଇଥିଲା। ଏହାପରେ ବୋମା ବିସ୍ଫୋରଣ କରି ଅଯୋଧ୍ୟାରେ ତିଆରି ହୋଇଥିବା ରାମ ମନ୍ଦିରକୁ ଉଡାଇଦେବାକୁ ଧମକ ଦେଇଥିଲା। ଏହି ଧମକ ମିଳିବା ପରେ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ନିକଟରେ ପହଞ୍ଚି ତାକୁ ଗିରଫ କରିଥିଲା। ଅଭିଯୁକ୍ତକୁ ଶନିବାର ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା। ଜାନୁଆରୀ ୧୯ରେ ଆଲମ ଜରୁରୀକାଳୀନ ନମ୍ବର ୧୧୨କୁ ପୁଲିସକୁ ଫୋନ୍‌‌ କରି ଏପରି କହିଥିଲା।
ପୁଲିସ ଏସପିଙ୍କ କହିବାନୁଯାୟୀ, ଅଭିଯୁକ୍ତ ନାଁରେ କୌଣସି ଅପରାଧିକ ମାମଲା ନାହିଁ। ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅଭିଯୁକ୍ତ ନାଁରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଆଲମର ଫୋନ୍‌‌କୁ ମଧ୍ୟ ଜବତ କରାଯାଇଛି। ପୁଲିସକୁ ଫୋନ୍‌‌ ଆସିବା ପରେ ଏନେଇ ସାଇବର ସେଲ୍‌‌ ସହ ତଥ୍ୟ ଶେୟାର କରାଯାଇଥିଲା। ତଦନ୍ତ ସମୟରେ ଜଣାପଡିଥିଲା ଯେଉଁ ନମ୍ବରରୁ ଫୋନ୍‌‌ ଆସିଥିଲା,ତାହା ଅଭିଯୁକ୍ତର ବାପାଙ୍କ ଫୋନ୍‌‌ ନମ୍ବର।
ସୋମବାର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ପରିବେଶ ସହ ଏଥିରେ ଅନେକ ରାଜନେତା, ଅଭିନେତା ଅଭିନେତ୍ରୀ ,ପ୍ରସିଦ୍ଧ ବ୍ୟବସାୟୀ, ଉଦ୍ୟୋଗପତି, ପ୍ରସିଦ୍ଧ କଳାକାର,ଖେଳାଳୀଙ୍କ ସହିତ ୭,୦୦୦ରୁ ଅଧିକ ବିଶିଷ୍ଟ ଲୋକେ ସାମିଲ ହୋଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories