www.samajalive.in
Sunday, December 7, 2025
14.1 C
Bhubaneswar

ଭାଇ, ଆପଣ ଜାଣିନାହାନ୍ତି ବା ଜାଣିକି ନାଟକ କରୁଛନ୍ତି – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ଉତ୍ତର

ଡେସ୍କ: କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ଦେଖା ଦେଇଥିବା ବିବାଦ ଏବେ କେବଳ କୋର୍ଟ କଚେରୀ ମଧ୍ୟରେ ସୀମିତ ନାହିଁ ବରଂ ଏହା କେନ୍ଦ୍ର ଓ ରାଜ୍ୟ ନେତାଙ୍କ ମଧ୍ୟରେ କଳିର ମୁଖ୍ୟ ବିଷୟବସ୍ତୁ ପାଲଟିଛି। ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବିଷୟକୁ ନେଇ ଶକ୍ତି ବନ୍ଦନ କର୍ମଶାଳାରେ ରାଜ୍ୟ ସରକାରଙ୍କ ପାରଦର୍ଶୀତା ଓ ଟେକ୍ନୋଲୋଜିର ସମାଲୋଚନା କରିଥିଲେ।


ଏହାର ଜବାବ ଦେଇଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ସେ ତାଙ୍କ ଟ୍ୱିଟରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାଇ ବୋଲି ସମ୍ବୋଧନ କରି ଲେଖିଛନ୍ତି, “ଭାଇ, ଆପଣ ଜାଣିନାହାନ୍ତି ବା ଜାଣିକି ନାଟକ କରୁଛନ୍ତି। ଶିକ୍ଷକ ନିଯୁକ୍ତି ପୂରା ପ୍ରକ୍ରିୟା କେନ୍ଦ୍ରୀୟ ସଂସ୍ଥା EdCIL ଜରିଆରେ ହୋଇଛି। ଯାହା ଆପଣଙ୍କ ମନ୍ତ୍ରାଳୟ ଅଧୀନରେ। ଏହି ସଂସ୍ଥା ‘ମିନି ରତ୍ନ’ କାଟେଗୋରୀରେ ଆସୁଛି। ଆପଣ କଣ କହିବାକୁ ଚାହୁଁଛନ୍ତି, ଆପଣଙ୍କ ନିଜ ସଂସ୍ଥା ନିଯୁକ୍ତି ପ୍ରକ୍ରିୟାରେ ଘପଲାତି କରିଛି?”

- Advertisement -


ସେ ଲେଖିଛନ୍ତି, EdCIL ସଂସ୍ଥା କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ, ଏମ୍ସ, ଭାରତୀୟ ସେନା ଏବଂ ଅନ୍ୟ ସଂସ୍ଥା ପାଇଁ ହଜାର ହଜାର ସଂଖ୍ୟାରେ ନିଯୁକ୍ତି କରିଥାଏ। ସେଠି ମଧ୍ୟ କଣ ଅନିୟମିତତା ହୋଇଥିବା ଆପଣ କହିବାକୁ ଚାହୁଁଛନ୍ତି? ଆପଣଙ୍କ ନିଜ ସଂସ୍ଥା ନିଯୁକ୍ତି କରିଛି। ହେଲେ କିଛି ନବୁଝି ଡାହାମିଛ ଓ ନିରାଧାର କଥା କହିବାରେ ଆପଣଙ୍କ ଅହେତୁକ ଆଗ୍ରହ ଦେଖି ଲୋକ ହସିବା ଆରମ୍ଭ କଲେଣି। ଲାଗୁଛି, ମାହାଲମାଣ୍ଡାକୁ ସୃଷ୍ଟି କରିବାରେ ଆପଣଙ୍କର ହିଁ କିଛି ଭୂମିକା ରହିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories