www.samajalive.in
Monday, December 8, 2025
16.1 C
Bhubaneswar

ମିଳିଲା ନିମନ୍ତ୍ରଣ – ଆମେରିକାରେ ପ୍ରଦର୍ଶିତ ହେବ ‘ଦି ହିଲିଂ ଟଚ୍’

ଡେସ୍କ: ‘ଦି ହିଲିଂ ଟଚ’ ଚଳଚ୍ଚିତ୍ର ବେଶ୍‌ ପ୍ରଶଂସା ସାଉଣ୍ଟିବା ପରେ ଏବେ ଏହି ଚଳଚ୍ଚିତ୍ରକୁ ଆମେରିକାରେ ପ୍ରଦର୍ଶନ କରାଯିବାକୁ ନିମନ୍ତ୍ରଣ ମିଳିଛି। ଆମେରିକାର ଟୁଷ୍ଟିନ ସହରସ୍ଥିତ ମୋଣ୍ଟେଗୋମରି ଷ୍ଟ୍ରିଟରେ ଓଡ଼ିଆଙ୍କ କଳା, ସାହିତ୍ୟ, ଐତିହ୍ୟ, ନୃତ୍ୟ ଓ ପରମ୍ପରାର ପ୍ରଚାର ଓ ପ୍ରସାର ପାଇଁ କାମ କରୁଥିବା ‘ଚିର୍‌ ଅପ ଫାଉଣ୍ଡେସନ’ ପକ୍ଷରୁ ଏଥିପାଇଁ ଚଳଚ୍ଚିତ୍ରର ନିର୍ଦେଶକ ତଥା ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ.ଶ୍ବେତକୁମାର ଦାସଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଉତ୍କଳ ଦିବସ ପାଳନର ଦିନକ ପୂର୍ବରୁ ଅର୍ଥାତ ଚଳିତ ବର୍ଷ ମାର୍ଚ୍ଚ ୩୦ ତାରିଖରେ ଓଡ଼ିଶାର ଅନନ୍ୟ କଳା ସହ ଏହି ଚଳଚ୍ଚିତ୍ରକୁ ଚିନ୍ମୟ ମିଶନ ପରିସରରେ ପ୍ରଦର୍ଶନ କରାଯିବାକୁ ସ୍ଥିର ହୋଇଛି। କରୋନାର ପ୍ରକୋପ ପୃଥିବୀବାସୀଙ୍କୁ ଦୁଶ୍ଚିନ୍ତାରେ ପକାଇଛି। ଏହି ଚିନ୍ତାଧାରାକୁ ଭିତ୍ତି କରି ‘ ଦି ହିଲିଂ ଟଚ୍’ କ୍ଷୁଦ୍ର ଚଳଚ୍ଚିତ୍ର ଗତିଶୀଳ। ନୀଳା ମହାପାତ୍ରଙ୍କ ସୋସିଆଲ ଇମେଜ​ ବ୍ୟାନରରେ ନିର୍ମିତ ଏବଂ ନିର୍ଦେଶକ ଡ.​ ଶ୍ୱେତ କୁମାର ଦାଶ ଏହାକୁ ନିର୍ଦେଶନା ​ଦେଇଛନ୍ତି। ଗାର୍ଗୀ ମହାନ୍ତି ଏବଂ ଗଜେନ୍ଦ୍ର ପାଢୀଙ୍କ ଅଭିନୟ ମର୍ମସ୍ପର୍ଶୀ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories