www.samajalive.in
Sunday, December 7, 2025
14.1 C
Bhubaneswar

ପୂର୍ବତନ ଆଇଜିପି ଅନାଦି ଚରଣ ସାହୁଙ୍କ ବିୟୋଗରେ ରାଜ୍ୟ ଆଇପିଏସ ସଂଘର ଶୋକ

ଡେସ୍କ: ପୂର୍ବତନ ଆଇ.ଜି.ପି ଅନାଦି ଚରଣ ସାହୁଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ ସଂଘର ସଦସ୍ୟଗଣ ଦୁଃଖ ପ୍ରକାଶ କରିଛନ୍ତି। କଟକସ୍ଥିତ ରାମକୃଷ୍ଣ ପାଢୀ ମେମୋରିଆଲ ହଲଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହା ସହ ସ୍ଵର୍ଗତ ସାହୁଙ୍କ ସ୍ମତିଚାରଣ କରାଯାଇଥିଲା। ଏହି ଅବସରରେ ସ୍ଵର୍ଗତ ସାହୁଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ସଂଘ ତରଫରୁ ସ୍ଵର୍ଗତ ସାହୁଙ୍କ ପରିବାର ବର୍ଗଙ୍କ ପ୍ରତି ମଧ୍ୟ ସମବେଦନା ଜ୍ଞାପନ କରାଯାଇଥିଲା।

ସ୍ଵର୍ଗତ ସାହୁ କେବଳ ଜଣେ ଦକ୍ଷ ଆଇ.ପି.ଏସ ଅଧିକାରୀ ନୁହଁ ସେ ଏକାଧାରରେ ଜଣେ ସୁସାହିତ୍ୟିକ, ସୁଲେଖକ ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ଡ଼ିଜିପି ଶ୍ରୀ ଷଡଙ୍ଗୀ କହିଥିଲେ। ଏହା ସହ ନିଜର ଚାକିରି କାର୍ଯ୍ୟକାଳ ସମୟରେ ବିଭିନ୍ନ ଗୁରୁତ୍ଵପୂର୍ଣ ପଦପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରିଥିଲେ। ତାଙ୍କ ବିୟୋଗ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଡ଼ିଜିପି ନିଜ ପ୍ରତିକିୟାରେ କହିଥିଲେ। ପ୍ରାରମ୍ଭରେ ଆଇପିଏସ ସଂଘର ସମ୍ପାଦକ ତଥା ପୋଲିସ କମିଶନର (ଭୁବନେଶ୍ବର-କଟକ) ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ଵର୍ଗତ ସାହୁଙ୍କ ଚାକିରୀ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ।

- Advertisement -

ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ (ଏସସିଆରବି) ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଆର. କେ. ଶର୍ମା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ରାଜେଶ କୁମାର, ଆଇ.ଜି.ପି.(ପ୍ରୋଭିଜନିଙ୍ଗ) ଯତୀନ୍ଦ୍ର କୋୟଲ, ଆଇ.ଜି.ପି. (ପର୍ସୋନେଲ) ପ୍ରବୀଣ କୁମାର, ଆଇ.ଜି.ପି (କମ୍ୟୁନିକେସନ) ସତୀଶ ଗୋଜଭିୟେ, ଆଇ.ଜି.ପି (ଭିଜିଲ।ନ୍ସ ), ସଞ୍ଜୟ କୁମାର କୌଶଲ,ଆଇ.ଜି.ପି (କେନ୍ଦ୍ରାଞ୍ଚଳ) ଆଶିଷ କୁମାର ସିଂ, ଡି.ଆଇ.ଜି.(ଭିଜିଲ।ନ୍ସ ) ପ୍ରକାଶ ଆର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories