ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ: ଶ୍ବଶୁର ଘର ଲୋକ ଫେରାର୍
ମାଲକାନଗିରି: ମାଲାକାନଗିରି ଜିଲ୍ଲା ସଦର ପାପଡାହାଣ୍ଡି ଗାଁରେ ଅଭାବନୀୟ ଘଟଣା ଘଟିଛି। ଯୌତୁକ ପାଇଁ ଜଣେ ନବବଧୂକୁ ଶ୍ବଶୁର ଘର ଲୋକ ତଣ୍ଟି ଚିପି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତକ ଗୀତା ସେଠି ବୋଲି ଜଣାପଡିଛି। ସୂଚନା ଅନୁସାରେ ଗତ ଜୁଲାଇ ମାସରେ ଗୀତା ପାପଡାହାଣ୍ଡି ଗାଁର ସୁଦାମ ସେଠିଙ୍କୁ ବିବାହ କରିଥିଲେ। ବାହାଘରର କିଛି ଦିନ ପରେ ଗୀତାଙ୍କୁ ଯୌତୁକଜନିତ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଏ ନେଇ ଗୀତା ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ । ହେଲେ କିଛି ଦିନ ପରେ ଗୀତା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଶ୍ବଶୁର ଘର ଲୋକ ଗୀତାଙ୍କ ବାପଘର ଲୋକଙ୍କୁ ଜଣାଇଥିଲେ। ଗୀତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିବାବେଳେ ଶ୍ବଶୁର ଘର ଲୋକ ଫେରାର ଥିବା ଜଣାପଡିଛି। ସେପଟେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।
Comments are closed.