www.samajalive.in
Saturday, December 13, 2025
27.1 C
Bhubaneswar

ଅମୃତ କାଳ ନୁହେଁ, ଭାରତ ପାଇଁ ଜରୁରୀ ଶିକ୍ଷା କାଳ – ଖଡ଼ଗେ

ଡେସ୍କ: ଅମୃତ କାଳ ଆଳରେ ଦେଶର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ଓ ୨୦୨୪ରେ ଦେଶର ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବାର ସମୟ ଆସିଛି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ କହିଛନ୍ତି। ମୋଦି ସରକାରଙ୍କ ଶିକ୍ଷାନୀତିକୁ ସମାଲୋଚନା କରି ଶ୍ରୀ ଖଡ଼ଗେ ଟ୍ୱିଟରରେ କହିଛନ୍ତି, ଦେଶ ଏବେ ଅମୃତ କାଳ ଅପେକ୍ଷା ଶିକ୍ଷା କାଳ ଚାହୁଁଛି।

୨୦୨୪ରେ ଦେଶର ଛାତ୍ରଛାତ୍ରୀ ମୋଦି ସରକାରଙ୍କ ଠାରୁ ନ୍ୟାୟ ଚାହୁଁଛନ୍ତି ବୋଲି କହିବା ସହ ଶ୍ରୀ ଖଡ଼ଗେ ଦେଶର ଶିକ୍ଷା ରିପୋର୍ଟ କାର୍ଡ ଫଳ ଶୂନ୍ୟ ବୋଲି କହିଛନ୍ତି। ବାର୍ଷିକ ଶିକ୍ଷା ରିପୋର୍ଟକୁ ଭିତ୍ତିକରି ସେ କହିଛନ୍ତି, ଗ୍ରାମାଞ୍ଚଳର ୧୪-୧୮ ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୬.୭% ତୃତୀୟ ଶ୍ରେଣୀ ସ୍ଥରର ଗଣିତ ସମାଧାନ କରିପାରୁ ନ ଥିବା ବେଳେ ୨୬.୫% ସେମାନଙ୍କ ମାତୃଭାଷାରେ ଦ୍ଵିତୀୟ ଶ୍ରେଣୀ ପାଠ ପଢି ପାରୁନାହାନ୍ତି।

- Advertisement -

କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, ୧୭ରୁ ୧୮ ବର୍ଷ ବୟସ ମଧ୍ୟରେ ୨୫ ପ୍ରତିଶତ ଛାତ୍ରଛାତ୍ରୀ ପାଠ ଛାଡି ସାରିଛନ୍ତି କାରଣ ସେମାନଙ୍କ ପାଠ ପଢିବାରେ ଆଗ୍ରହ ନାହିଁ। ସେ ପୋଷ୍ଟ କରିଥିବା ଏକ ୩୫ ସେକେଣ୍ଡର ଭିଡିଓରେ ବିଜେପି ଯୁବକମାନଙ୍କ ଭବିଷ୍ୟତ ନଷ୍ଟ କରୁଥିବା ଅଭିଯୋଗ କରାଯାଇଛି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories