www.samajalive.in
Saturday, December 6, 2025
14.1 C
Bhubaneswar

ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ଘରେ ଆଇଟି ରେଡ

ସୁନ୍ଦରଗଡ: ଓଡ଼ିଶା ଓ ଛତିଶଗଡରେ ଏକକାଳୀନ ଚଢାଉ କରିଛି ଆୟକର ବିଭାଗ । ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ବିଭିନ୍ନ ସ୍ଥାନରେ ଥିବା ଘର ଓ ଅଫିସରେ ରେଡ ହୋଇଛି । ସୁନ୍ଦରଗଡ ଓ ଛତିଶଗଡରେ ଘନଶ୍ୟାମଙ୍କ କୋଇଲା ବ୍ୟବସାୟ ରହିଛି । ଗୋପାଳପୁରରେ ଥିବା ଦୁଇମହଲା କୋଠା ଓ ଅଫିସ, ବିଲେଇମୁଣ୍ଡାର ଅଫିସ, ଘର, ସୋ’ରୁମ, ସ୍ପଞ୍ଜ ଆଇରନ୍ ଫ୍ୟାକ୍ଟ୍ରିରେ ମଧ୍ୟ ଚଢ଼ାଉ କରିଛି ଆୟକର ବିଭାଗ ।
ଘନଶ୍ୟାମଙ୍କ ଏମସିଏଲରେ ଥିବା କୋଇଲା ପରିବହନ ସାଇଟ୍‍, ଛତିଶଗଡରେ ଥିବା ଆଇରନ, ଷ୍ଟିଲ ଓ ପାୱାର ପ୍ଲାଣ୍ଟ ଫ୍ୟାକ୍ଟ୍ରୀ ଏବଂ ଘର, ରାୟପୁରରେ ଥିବା ଘର, ଅଫିସ ଏବଂ ବିଳାସପୁରରେ ଥିବା ହୋଟେଲରେ ଚଢାଉ କରିଛି ଆୟକର ବିଭାଗ । ଚଢାଉରେ ୧୦୦ରୁ ଅଧିକ ଅଧିକାରୀ ଓ ସିଆରପିଏଫ ଫୋର୍ସ ସାମିଲ ହୋଇଛନ୍ତି । ଚଢାଉରେ କଣ ସବୁ ଜବତ ହୋଇଛି ଏବଂ କେତେ ଟଙ୍କା ମିଳିଛି, ତାହା ଜଣାପଡିନାହିଁ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories