www.samajalive.in
Sunday, December 14, 2025
23.1 C
Bhubaneswar

ଏପ୍ରିଲ ୩୦ ସୁଦ୍ଧା ଶେଷ ହେବ ନାଟମଣ୍ଡପ ଓ ଜଗମୋହନ ମରାମତି

କଟକ: ଆସନ୍ତା ଏପ୍ରିଲ ୩ ସୁଦ୍ଧା ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି କାର୍ଯ୍ୟ ଶେଷ ହେବ। ଏନେଇ ଗୁରୁବାର ହାଇକୋର୍ଟଙ୍କୁ ଆମିକସ୍‌‌ କ୍ୟୁରି ଏନ୍‌‌.କେ ମହାନ୍ତି ଅବଗତ କରାଇଛନ୍ତି। ମରାମତି ପାଇଁ ୧୦ ତାରିଖରେ ବିମ୍ ଡିଜାଇନ୍ ମଧ୍ୟ ଚୂଡ଼ାନ୍ତ ହୋଇଥିବା ଆମିକସ୍ କ୍ୟୁରି କହିଛନ୍ତି । ହାଇକୋର୍ଟ ଏନେଇ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସପ୍ତାହରେ ମାମଲାର ପରବର୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଆମିକସ୍ କ୍ୟୁରି ନାଟମଣ୍ଡପ ମରାମତି କାମ ଜାରି ରହିଥିବା ନେଇ କୋର୍ଟଙ୍କୁ ଅବଗତ କରାଇଛନ୍ତି । ଏଏସଆଇର ମରାମତି କାମ ଅନୁଧ୍ୟାନ କରିବା ପାଇଁ ହାଇକୋର୍ଟ ଆମିକସ୍ କ୍ୟୁରିଙ୍କୁ ନିଯୁକ୍ତ କରିଥିଲେ ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories