www.samajalive.in
Saturday, December 6, 2025
19.1 C
Bhubaneswar

ଆପଣଙ୍କ ଫୋନ୍‌ରେ ଅନ୍‌ ଅଛି କି ଏହି ସେଟିଙ୍ଗ୍‌? ତୁରନ୍ତ ବନ୍ଦ କରନ୍ତୁ, ନଚେତ୍‌..

ଡେସ୍କ: ଆଜିକାଲି ସ୍ମାର୍ଟଫୋନର ବ୍ୟବହାର ବହୁଗୁଣା ବୃଦ୍ଧି ପାଇଛି। ସ୍ମାର୍ଟଫୋନ୍ ସବୁବେଳେ ଆମ ସହିତ ରହିଥାଏ। ଏଥିରେ ଅନେକ ପ୍ରକାରର ସେବା ଏବଂ ଆପ୍ ଅଛି, ଯାହା ଅନେକ ପ୍ରକାରର ଅନୁମତି ମାଗିଥାଏ। ଏପରି ଅନେକ ଆପ୍ ଅଛି ଯାହା ଲୋକେସନ୍‌, ମାଇକ୍ରୋଫୋନ୍ ଏବଂ କ୍ୟାମେରାର ଅନୁମତି ମାଗିଥାଏ। ଏଭଳି ପରିସ୍ଥିତିରେ ଏହି ଆପ୍‌ଗୁଡ଼ିକ ଆମେ କୁଆଡ଼େ ଯାଉଛୁ, କାହା ସହ କ’ଣ କଥାବାର୍ତ୍ତା କରୁଛୁ ଏ ସବୁକୁ ଟ୍ରାକ୍ କରିପାରିବେ। ମୋବାଇଲରେ ଆକ୍ସେସ୍‌ କରାଯାଇଥିବା ଆପ୍‌ଗୁଡ଼ିକୁ ମାଇକ୍ରୋଫୋନ୍‌ ଆକ୍ସେସ୍‌ ଅନୁମତି ଦେଇଥିଲେ ସାବଧାନ ହୋଇଯାଆନ୍ତୁ। ଏହାଦ୍ବାରା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଏବଂ କଥା ଲିକ୍‌ ହୋଇପାରେ। କେହି ଏହାକୁ ହ୍ୟାକ୍‌ କରି ଆପଣଙ୍କୁ ବ୍ଲାକମେଲ କରିପାରେ। ମୋବାଇଲରେ ମାଇକ୍ରୋଫୋନ ସେଟିଙ୍ଗ୍‌ ବନ୍ଦ କରିବା ପାଇଁ ସେଟିଙ୍ଗ୍‌ରେ ପ୍ରାଇଭେସୀ ଅପ୍ସନ ଜରୁରୀ ହୋଇଥାଏ। ଏଥିରେ ମାଇକ୍ରୋଫୋନ୍‌ର ସବିଶେଷ ତଥ୍ୟ ମିଳିବ। ଏଥି​ରେ ମାଇକ୍ରୋଫୋନ୍‌ କିମ୍ବା ଅନ୍ୟ ସେନ୍‌ସର୍‌ର ଅନୁମତି ବ୍ଲକ୍ କିମ୍ବା ରିମୁଭ୍‌ କରିପାରିବେ।

ଅନେକ ଆପ୍‌ ଡାଉନ୍‌ଲୋଡ୍‌ କରିବା ସମୟରେ ଆମେ କିଛି ନ ଭାବି​‌ ମାଇକ୍ରୋଫୋନ୍‌ ଓ କ୍ୟାମେରା ଆକ୍ସେସ୍‌ ଅନୁମତି ଦେଇ ଦିଅନ୍ତି। ଏପରି କରିବା ଦ୍ବାରା ଆମ ମୋବାଇଲ୍‌ର ଗୋପନୀୟତା ପ୍ରତି ବିପଦ ସୃଷ୍ଟି ହୋଇଥାଏ।

- Advertisement -

ଗୁଗଲରେ ଭଏସ୍‌ ଆସିଷ୍ଟାଣ୍ଟ ଫିଚର୍‌ ଥାଏ, ଯେଉଁଥିପାଇଁ ତାକୁ ମାଇକ୍ରୋଫୋନ୍‌ ଆକ୍ସେସ୍‌ର ଅନୁମତି ଦେବାକୁ ପଡ଼ିଥାଏ। ଗୁଗଲ ଭଏସ୍‌ କମାଣ୍ଡ୍‌ ଶୁଣିଥାଏ। ଭଏସ୍‌ ଟୁ ସ୍ପିଚ୍‌ ଫିଚରରେ ମଧ୍ୟ ମାଇକ୍ରୋଫୋନ୍‌ର ଅନୁମତି ଦେବାକୁ ପଡ଼ିଥାଏ।

ମୋବାଇଲ୍‌ରେ ସ୍ମାର୍ଟ ସ୍ପିକର ମଧ୍ୟ ବ୍ୟକ୍ତିଗତ ତଥ୍ୟ ଲିକ୍‌ କରିପାରେ। ଆମାଜନ୍‌ ଇକୋ ଡିଭାଇସ୍‌ରେ ଆପଣଙ୍କୁ ମାଇକ୍ରୋଫୋନ୍‌ ପରି ଏକ ବଟନ୍‌ ଦେଖାଯିବ। ଏହାକୁ କ୍ଲିକ୍‌ କରି ଆପଣ ମାଇକ୍ରୋଫୋନ୍‌ ଅଫ୍‌ କରିପାରିବେ।

ଫେସ୍‌ବୁକ୍‌ ମଧ୍ୟ ୟୁଜରମାନଙ୍କୁ ବେଳେ ବେଳେ ମାଇକ୍ରୋଫୋନ୍‌ ଆକ୍ସେସ୍‌ ମାଗିଥାଏ। ଏହା ଭିଡିଓ ଚାଟିଙ୍ଗ୍‌ ଏବଂ ଟେକ୍ସ୍‌ଟ ଟୁ ସ୍ପିଚ୍‌ ପାଇଁ ମାଇକ୍ରୋଫୋନ୍‌ ଆକ୍ସେସ୍‌ ମାଗିଥାଏ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories