www.samajalive.in
Wednesday, December 10, 2025
16.1 C
Bhubaneswar

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ପୁରୀରେ ଝିପ୍‌ଝିପ୍‌ ବର୍ଷା

ପୁରୀ : ସାରା ଶ୍ରୀକ୍ଷେତ୍ର ଜଗନ୍ନାଥମୟ ହୋଇଉଠିଛି। ସବୁଠି ବଡ ଠାକୁରଙ୍କ ଜୟ ଜୟକାର ଧ୍ବନୀ ଶୁଣିବାକୁ ମିଳିଛି । ସମୁଦ୍ରକୂଳରୁ ସିଂହଦ୍ବାର , ବଡଦାଣ୍ଡରୁ ବଡ ଦେଉଳ ସବୁଠି ନାମ ସଂକୀର୍ତ୍ତନ କରାଯାଉଛି। ଘଣ୍ଟାଘଣ୍ଟା , ମନ୍ତ୍ର, ବେଦପାଠରେ ପୁରା ପରିବେଶ ପ୍ରକମ୍ପିତ ହୋଇଉଠୁଛି। ବୁଧବାର ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ  କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ତିନି ଦିନିଆ ମହାଯଜ୍ଞର ମଧ୍ୟ ପୂର୍ଣ୍ଣାହୂତି ଦିଆଯିବ ।

ଏଥିଲାଗି ସୁରକ୍ଷା ବ୍ୟବସ୍ଥାକୁ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ମନ୍ତ୍ରୀ , ସାଂସଦ , ବିଧାୟକ ପ୍ରମୂଖ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ବୁଧବାର ସକାଳୁ ପୁରୀରେ ଝିପ୍‌ଝିପ୍ ବର୍ଷା ଜାରି ରହିଛି। ତେବେ ଭକ୍ତମାନେ ଏହାକୁ ଏକ ଶୁଭ ଲକ୍ଷଣ ବୋଲି କହିଛନ୍ତି। ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ପୁରୀରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories