www.samajalive.in
Sunday, December 7, 2025
16.1 C
Bhubaneswar

ଟିସିଏସ ଓ ଇମ୍ଫୋସିସ୍‌‌ କମ୍ପାନୀ ପରିସରରେ ବୁଲୁଛି ବାଘ

ଇନ୍ଦୋର : ମିନି ମୁମ୍ବଇ ଅର୍ଥାତ ମଧ୍ୟପ୍ରଦେଶର ଇନ୍ଦୋରରେ ଟିସିଏସ ଓ ଇମ୍ଫୋସିସ୍‌‌ର ପରିସରରେ ଚିତାବାଘ ଦେଖାଯିବା ପରେ ସମଗ୍ର ଅଞ୍ଚଳରେ ବୁଧବାର ଭୟର ବାତାବରଣ ଖେଳିଯାଇଛି। ଆନ୍ତର୍ଜାତୀୟ ସଫ୍ଟୱେୟର କମ୍ପାନୀ ନିଜର କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିବା ସହ କାର୍ଯ୍ୟ ସମୟରେ ପରିବର୍ତ୍ତନ କରିବା ସହ କର୍ମଚାରୀଙ୍କୁ ଘରେ ରହି ଅନ୍‌‌ଲାଇନରେ କାମ କରିବାକୁ କହିଛି। ଏହାସହ ମଙ୍ଗଳବାର ଅପରାହ୍ଣରୁ କମ୍ପାନୀ ପରିସରରୁ ବାଘକୁ ଉଦ୍ଧାର କରିବା ଅଭିଯାନ ଜାରି ରହିଛି।
ସୂଚନା ଯୋଗ୍ୟ, ଇନ୍ଦୋରରେ ସୁପର କରିଡର କ୍ଷେତ୍ରରେ ମଙ୍ଗଳବାର ଦିନ ୧୧ ଟାରୁ ୧୨ଟା ମଧ୍ୟରେ ଏକ ଚିତାବାଘ ବୁଲୁଥିବା ଦେଖାଯାଇଛି। ବନ ବିଭାଗ ପକ୍ଷରୁ ଏକ ଟିମ୍‌‌ କମ୍ପାନୀ ପରିସରରେ ରହି ବାଘକୁ ଖୋଜିବା ଅଭିଯାନ ଜାରି ରଖିଛନ୍ତି।
ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଉଭୟ ଆଇଟି କମ୍ପାନୀର କର୍ମଚାରୀଙ୍କୁ ବାଘ ଧରାଯିବା ପର୍ଯ୍ୟନ୍ତ କାର୍ଯ୍ୟାଳୟ ଭିତରୁ ବାହାରକୁ ନ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କମ୍ପାନୀ ପକ୍ଷରୁ କୁହାଯାଇଛି ବାଘ ନଧରାଯିବା ପର୍ଯ୍ୟନ୍ତ ଘରେ ରହି କାମ କରିବା ପାଇଁ। ଏହାସହ ପରିସ୍ଥିତି ଉପରେ ନଜର ରଖାଯାଇଛି।
ଇନ୍ଦୋରର ସୁପର କରିଡର କ୍ଷେତ୍ରରେ ଟିସିଏସ ଓ ଇମ୍ଫୋସିସ୍‌‌ ସହ ଅନ୍ୟ କେତେକ କାର୍ଯ୍ୟାଳୟ ମଧ୍ୟ ରହିଛି। ବିଶାଳ ପରିସର ମଧ୍ୟରେ ଉଭୟ କମ୍ପାନୀ ରହିଛି। ଏଠାରେ ପ୍ରାୟ ୧୨ ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories