www.samajalive.in
Saturday, December 13, 2025
26.1 C
Bhubaneswar

ମୋବାଇଲ ସାଜିଲା କାଳ: ବାପା ମାଙ୍କୁ ହାଣିଲା ନିଶାଶକ୍ତ ଝିଅ

ବାଲେଶ୍ୱର: ମୋବାଇଲ ପାଇଁ ଜଣେ ଝିଅ ବାପା ମାଙ୍କୁ ହାଣିଲା। ଖାଇବା ବେଳେ ବାପା ମା ଝିଅକୁ ମୋବାଇଲ ବ୍ୟବହାର କରିବାକୁ ବାରଣ କରିବାରୁ ଏଭଳି କାଣ୍ଡ ଘଟାଇଛି ଝିଅ। ଜନ୍ମଦାତା ବାପା ମାଙ୍କୁ ପନିକିରେ ହାଣି ଲହୁଳୁହାଣ କରିଛି ଝିଅ। ଗୁରୁତର ହୋଇ ବାପା ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଘଟଣା ଘଟିଛି ବାଲେଶ୍ୱର ଜିଲା ସୋର ଥାନା ସରସଙ୍ଖ ହାତିଗଢିଆ ଗାଁରେ।

ସୂଚନା ଅନୁସାରେ ହାତିଗଢିଆ ଗାଁର ରଞ୍ଜିତ ସିଂ ଓ ବୁଧୁନି ସିଂଙ୍କ ବଡ଼ ଝିଅ କୁନି ବିବାହ ପରେ ବାପ ଘରେ ରହୁଥିଲେ। ସୋମବାର ରାତି ୯ଟାରେ ଖାଇବା ବେଳେ ଫୋନରେ କଥା ହେଉଥିବାରୁ ବାପା ମା ବିରକ୍ତି ପ୍ରକାଶ କରିଥିଲେ। ଏହି ସମୟରେ ନିଶାସକ୍ତ ଝିଅ ବାପା ମାକୁ ପନିକିରେ ଗୋଡ଼ାଇ ଗୋଡ଼ାଇ ହାଣିବାରୁ ଗାଁ ଲୋକେ ଝିଅକୁ ଧରି ଦୌଡ଼ିରେ ବାନ୍ଧି ପୋଲିସ ଜିମା ଦେଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟ ବାପାମା ସୋର ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ପରେ ରଂଜିତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ଝିଅ କୁନି ସିଂଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories