ନୂଆଦିଲ୍ଲୀ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ହତ୍ୟା ଧମକ। ଖଲିସ୍ତାନୀ ସମର୍ଥକ ଓ ତଥା ଶିଖ୍ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଏହି ହତ୍ୟା ଧମକ ଦେଇଛି ବୋଲି ମଙ୍ଗଳବାର ଖବର ସାମ୍ନାକୁ ଆସିଛି। ପନ୍ନୁ ବର୍ତ୍ତମାନ ଆମେରିକାରେ ଥିବା ନେଇ ସୂଚନା ମିଳିଛି।
ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ପନ୍ନୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଛି। ଜାନୁଆରୀ ୨୬ରେ ଅର୍ଥାତ ସାଧାରଣତନ୍ତ୍ର ଦିବସ ଦିନ ଭଗବନ୍ତ ମାନଙ୍କ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି। ଆକ୍ରମଣ ପାଇଁ ନିଜ ସହ ଗ୍ୟାଙ୍ଗଷ୍ଟରଙ୍କୁ ଆସିବାକୁ କହିଛି।
ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ପଞ୍ଜାବରେ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଶକ୍ତ କାର୍ଯ୍ୟାନୁଷ୍ଠାନକୁ ନେଇ ପନ୍ନୁ ଏହାର ଫାଇଦା ନେବାକୁ ଚାହୁଁଛି। ଏଥିପାଇଁ ପନ୍ନୁ ନିଜ ସହ ଗ୍ୟାଙ୍ଗଷ୍ଟରଙ୍କୁ ଡାକି ସେମାନଙ୍କ ପ୍ରତି ନିଜର ସମବେଦନା ଜଣାଉଛି। ଏଥିପାଇଁ ନିଜ ସହ ଗ୍ୟାଙ୍ଗଷ୍ଟରଙ୍କୁ ଆସିବାକୁ କହିଛି।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ହତ୍ୟା ଧମକ ଦେଲା ପନ୍ନୁ
Popular Categories


