www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ବଜିତ୍‌ଙ୍କୁ ପିଟି ମାରିଥିଲା କେୟାର ଟେକର: ସୂଚନା ଦେଲେ ଡିସିପି

ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାର ବିଶ୍ବଜିତ୍ ନାୟକ ମୃତ୍ୟୁ ଘଟଣାରେ ନୂଆ ମୋଡ ସାମ୍ନାକୁ ଆସିଛି। ଅଭିଯୁକ୍ତ ମହିଳା ସୁଙ୍କି ରଣାଙ୍କୁ ପୁଲିସ ଗିରଫ କରିଛି। ଭୁବନେଶ୍ବର ଡିସିପି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ହଠାତ୍ ରାଗିଯାଇ ସୁଙ୍କି ବିଶ୍ବଜିତଙ୍କୁ ହତ୍ୟା କରିଥିବା ଡିସିପି କହିଛନ୍ତି। ଅଭିଯୁକ୍ତ ସୁଙ୍କିଙ୍କ ଘର ଝାରସୁଗୁଡାରେ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ଏକ ହତ୍ୟା ମାମଲାରେ ସୁଙ୍କି ସଜ୍ଜା କାଟିଛନ୍ତି। ୨୦୦୫ ମସିହାରେ ନିଜ ଯା ଙ୍କୁ ହତ୍ୟା ଅଭିଯୋଗରେ ସୁଙ୍କିଙ୍କୁ ୧୨ ବର୍ଷ ଜେଲ ହୋଇଥିଲା। ନିଜ ସ୍ବାମୀଙ୍କ ସହ ପରକୀୟା ସମ୍ପର୍କକୁ ନେଇ ସୁଙ୍କି ନିଜ ଯାଆଙ୍କୁ ହତ୍ୟା କରିଥିଲେ।

୧୨ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ସେ ଏକ ଆଶ୍ରମରେ ରହୁଥିଲେ । ସେହି ଆଶ୍ରମକୁ ବିଶ୍ବଜିତଙ୍କ ମାଆ ଯାଆନ୍ତି।  ଏବଂ ସେହିଠାରେ ହିଁ ବିଶ୍ବଜିତ ସହ ସାକ୍ଷାତ ହୋଇଥିଲା।  ପରେ ସୁଙ୍କି ବିଶ୍ବଜିତର କେୟାର ଟେକର ଭାବେ କାମ କରୁଥିଲେ । ତେବେ ଘଟଣା ଘଟିବା ଦିନ ଆଶ୍ରମକୁ ଯିବାକୁ ଜିଦ କରି ବିଶ୍ବଜିତ୍ ସହ ପାଟିତୁଣ୍ଡ କରିଥିଲେ । ବଚସା ଉଗ୍ର ହେବାରୁ ସୁଙ୍କୁ କାଠ ଫାଳିଆରେ ବିଶ୍ବଜିତଙ୍କୁ ହତ୍ୟା କରିଥିଲା। ପରେ ସେଠାରୁ ଖସି ଯାଇ ସୁଙ୍କି ପୁରୀ ପଳାଇଥିଲେ । ଅଭିଯୁକ୍ତ ସୁଙ୍କିଙ୍କୁ ପୁରୀରୁ ଧରାଯାଇଥିବାବେଳେ ହତ୍ୟାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ତେବେ ଅଧିକ ପଚରାଉଚରା ପାଇଁ ସୁଙ୍କି ଙ୍କୁ ରିମାଣ୍ଡ ଅଣାଯିବା ନେଇ ସୂଚନା ଦେଇଛନ୍ତି ଡିସିପି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories