Patra electronics

ନୀରବି ଗଲେ ମୁନଦ୍ଦର ରାଣା

ଲକ୍ଷ୍ନୌ: ସୁପ୍ରସିଦ୍ଧ ଉର୍ଦ୍ଧୁ କବି ମୁନଦ୍ଦର ରାଣାଙ୍କର ପରଲୋକ ଘଟିଛି। ୭୧ ବର୍ଷ ବୟସରେ ଲକ୍ଷ୍ନୌସ୍ଥିତ  ସଞ୍ଜୟ ଗାନ୍ଧୀ  ପିଜିଆଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ସେ କିଡନୀ ଏବଂ ହୃଦରୋଗରେ ପୀଡିତ ଥିଲେ । ସୋମବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ମୁନଦ୍ଦର୧୯୫୨ ମସିହା ନଭେମ୍ବର ମାସ ୨୬ତାରିଖରେ ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ।  ମୁନଦ୍ଦରଙ୍କର ପତ୍ନୀ, ୪ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି।

ଅସୁସ୍ଥତା କାରଣରୁ ଦୀର୍ଘ ୧୫ ଦିନ ହେବ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ତାଙ୍କୁ ମେଦାନ୍ତ ହସ୍ପିଟାଲ ଏବଂ ପରେ ଏସଜିପିଜିଆଇରେ ଭର୍ତ୍ତି କରାଯାଇଥିଲା। ମାତ୍ର ବହୁ ଚେଷ୍ଟା କରିବା  ପରେ ବି ଡାକ୍ତରୀ ଟିମ୍ ମୁନଦ୍ଦରଙ୍କୁ ବଞ୍ଚାଇ ପାରିନଥିଲେ । ରବିବାର ବିଳମ୍ବିତ ରାତିରେ ମୁନଦ୍ଦର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୁନଦ୍ଦର ଜଣେ ଉର୍ଦ୍ଧୁ କବି ଭାବରେ ବେଶ୍ ଜଣାଶୁଣା । ୨୦୧୪ ମସିହାରେ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ମୁନଦ୍ଦରଙ୍କ ମୃତ୍ୟୁରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

 

Comments are closed.